ପାପାରାଜିଙ୍କ ଉପରେ ରାଗିଲେ ନୋରା ଫତେହି, କହିଲେ- ଶରୀରର ଉପରେ କ୍ୟାମେରା ଜୁମ୍‌ କରିକି…

Published By : Prameya-News7 Bureau | April 24, 2024 IST

ମୁମ୍ଵାଇ ୨୪।୪: ସୋସିଆଲ ମିଡିଆରେ ନୋରା ଫତେହି ଖୁବ୍‌ ଆକ୍ଟିଭ୍‌ ।  ଅଭିନେତ୍ରୀ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଭିଡିଓ ଏବଂ ଫଟୋ ସେୟାର କରନ୍ତି । ଏହା ବ୍ୟତୀତ ନୋରା ଫତେହି ମଧ୍ୟ ପାପାରାଜିମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ତଥାପି, ସେ ପାପାରାଜିର କିଛି କାର୍ଯ୍ୟକୁ ଆଦୌପସନ୍ଦ କରନ୍ତି ନାହିଁ । ବେଳେବେଳେ ପାପାରାଜିମାନେ ସୋସିଆଲ ମିଡିଆରେ ସେମାନଙ୍କର କିଛି ପର୍ସନାଲ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଦିଅନ୍ତି, ଯାହା ପରେ ବିବାଦର କାରଣ ହୁଏ। ଏନେଇ ନୋରା କିଛି କହିଥିଲେ । ଏହାକୁ ନେଇ ନୋରା ପାପାରାଜିଙ୍କୁ କଡ଼ା ନିନ୍ଦା କରିଛନ୍ତି।

ନିକଟରେ ଅଭିନେତ୍ରୀ ନୋରା ଫତେହୀ ମଧ୍ୟ ପାପାରାଜିଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲେ ।ତାଙ୍କ ଶରୀରର କିଛି ଅଙ୍ଗ ଉପରେ ପାପାରାଜିଙ୍କ ଅନାବଶ୍ୟକ କ୍ୟାମେରା ଫୋକସ୍‌ କରିବାରୁ ସେ ରାଗି ଯାଇଥିଲେ।  ଏହି ବିଷୟରେ ଅଭିନେତ୍ରୀ କହିଛନ୍ତି, “ମୁଁ ଭାବୁଛି ସେମାନେ ପୂର୍ବରୁ ଏପରି କିଛି ଦେଖି ନାହାଁନ୍ତି। ଏହା ନୁହେଁ ଯେ ସେମାନେ କେବଳ ମୋ ସହିତ ଏମିତି କରୁଛନ୍ତି, ସେମାନେ ଅନ୍ୟ ଅଭିନେତ୍ରୀମାନଙ୍କ ସହିତ ମଧ୍ୟ ଏଭଳି କାମ କରୁଛନ୍ତି।”

ଯେତେବେଳେ ନୋରା ଫତେହୀଙ୍କୁ ପଚରାଗଲା ଯେ ସେ ଏଭଳି ପରିସ୍ଥିତିକୁ କିପରି ମ୍ୟାନେଜ୍ କରନ୍ତି? ଏହା ଉପରେ ଅଭିନେତ୍ରୀ କହିଛନ୍ତି ଯେ ବୋଧହୁଏ କ୍ୟାମେରାମ୍ୟାନ୍‌ ଭୁଲ ଉଦ୍ଦେଶ୍ୟରେ ଫୋକସ୍ କରନ୍ତି, କିନ୍ତୁ ତାହା ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ସେ ସମସ୍ତଙ୍କୁ ଧରି ସେମାନଙ୍କୁ ବୁଝାଇ ପାରିବେ ନାହିଁ। ସେ ନିଜ ରାସ୍ତାରେ ଚାଲି ଯାଆନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.