ସୁକେଶଙ୍କ ବିରୋଧରେ ଜ୍ୟାକଲିନ୍ କଲେ ଖୁଲାସା, ନୋରା କହିଲେ- ମୋତେ ଗର୍ଲଫ୍ରେଣ୍ଡ କରିବାକୁ ଚାହୁଁଥିଲା
19/01/2023 at 1:20 PM

ମୁମ୍ଵାଇ୧୯।୦୧: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଠକେଇ ମାମାଲରେ ଫସିଥିଲେ ଜ୍ୟାକଲିନ୍ । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ଦାଖଲ ହୋଇଥିବା ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୋରା ଫତେହି ନାମିତ ହୋଇଥିଲା। ବଲିଉଡ ଅଭିନେତ୍ରୀ ନୋରା ଏବଂ ଜ୍ୟାକଲିନ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଶୁଣିବାକୁ ମିଳିଛି।

ଜ୍ୟାକଲିନ୍ ତାଙ୍କ ବିବୃତ୍ତିରେ କହିଛନ୍ତି – ସୁକେଶ ଚନ୍ଦ୍ରଶେଖର ମୋତେ ଠକିଛନ୍ତି। ମୋର କ୍ୟାରିୟରକୁ ନଷ୍ଟ କରି ଦେଇଛନ୍ତି। ଠକ ସୁକେଶ ନିଜକୁ ସନ୍ ଟିଭିର ମାଲିକ ଭାବରେ ପରିଚିତ କରାଇଥିଲେ ଏବଂ ଜେ ଜୟଲଳିତା ତାଙ୍କ ମାଉସୀ ବୋଲି ବି ଦାବି କରିଥିଲେ। ଟାଇମ୍ସ ନ୍ୟୁ ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ ତାଙ୍କ ବିବୃତ୍ତିରେ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ମିଳିଥିବା ଦାମୀ ଉପହାର ଗ୍ରହଣ କରିଛନ୍ତି। ତାଙ୍କୁ ପାଞ୍ଚଟି ବିଳାସପୂର୍ଣ୍ଣ ଘଣ୍ଟା, ଏକ ମସାଜ୍ ଚେୟାର, ୨୦ ଟି ମହଙ୍ଗା ଡିଜାଇନର ଅଳଙ୍କାର, ୪୭ଟି ମହଙ୍ଗା ବ୍ରାଣ୍ଡ୍ ପୋଷାକ, ଚାରିଟି ମହଙ୍ଗା ହର୍ମସ୍ ବ୍ୟାଗ୍ ଏବଂ ସୁକେଶଙ୍କ ଠାରୁ ୯ ଟି ମହଙ୍ଗା ପେଟିଙ୍ଗ ମିଳିଛି।

ଏହା ସହିତ ଅଭିନେତ୍ରୀ ନୋରା ଫତେହି ସୁକେଶଙ୍କ ସହ ତାଙ୍କ ସହଯୋଗୀ ପିଙ୍କି ଇରାନୀଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ନୋରା କହିଛନ୍ତି ଯେ ସୁକେଶ ତାଙ୍କ ସହଯୋଗୀ ପିଙ୍କି ମାଧ୍ୟମରେ ଅଭିନେତ୍ରୀମାନଙ୍କୁ ଫାନ୍ଦରେ ପକାଉଥିଲେ। ନୋରା ଏହା ମଧ୍ୟ ଦାବି କରିଛନ୍ତି ଯେ ସୁକେଶ ତାଙ୍କୁ କହିଥିଲେ ଯେ ସେ ତାଙ୍କୁ ଏକ କାର-ଏ-ବଙ୍ଗଳା ଦେବେ। ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ, କିନ୍ତୁ ଏଥିପାଇଁ ତାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ହେବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲେ। ଅନେକ କାମ ସୁକେଶ ପିଙ୍କି ଇରାନୀଙ୍କ ମାଧ୍ୟମରେ କରିଥିଲେ।

ନୋରା ବିବୃତ୍ତିରେ କହିଛନ୍ତି ଯେ ସେ ସୁକେଶଙ୍କୁ ବ୍ୟକ୍ତିଗତ ଭାବେ ଜାଣି ନାହାଁନ୍ତି ଏବଂ ତାଙ୍କ ସହ କଦାପି କଥା ହୋଇନାହାଁନ୍ତି। ତେବେ ଏକ ଇଭେଣ୍ଟରେ ସେ ଲୀନା ମାରିଆ ନାମକ ଜଣେ ମହିଳାଙ୍କୁ ଭେଟିଥିଲେ। ଯିଏ ନିଜକୁ ସୁକେଶଙ୍କ ପତ୍ନୀ ଭାବରେ ପରିଚିତ କରିଥିଲେ। ଲୀନା ନୋରାଙ୍କୁ କହିଥିଲେ ଯେ ସୁକେଶ ତାଙ୍କର ବଡ ପ୍ରଶଂସକ। ନୋରାଙ୍କ ଅନୁଯାୟୀ, ସେ ଜାଣିଥିଲେ ଯେ ସୁକେଶ କିଛି LS କର୍ପୋରେସନରେ କାମ କରୁଥିଲେ।। ନୋରା କହିଛନ୍ତି ଯେ ସେହି ଘଟଣାର ୭ମାସ ପରେ ଯେତେବେଳେ ସେ ଇଡିରୁ ଡକାଯାଇଥିଲା, ସେତେବେଳେ ଜାଣିବାକୁ ପାଇଲେ ଯେ ଉଭୟ ସୁକେଶ ଏବଂ ତାଙ୍କ ପତ୍ନୀ ବଡ ଚୋର । ସେମାନେ ୨୦୦ କୋଟି ଟଙ୍କା ଲଣ୍ଡରିଂ କରିଛନ୍ତି।