ନୂଆଦିଲ୍ଲୀ ୧୩।୧୨ : ବଲିଉଡର ହଟ୍ ଏବଂ ସୁନ୍ଦରୀ ନୋରା ଫତେହି ତାଙ୍କ ଡ୍ୟାନ୍ସ ପାଇଁ ସବୁ ଆଡେ ଚର୍ଚ୍ଚା । ହେଲେ ଏବଏ ସେ ଆଉ ଏକ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି । ବଲିଉଡ୍ ତଥା ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ନୋରା ଫତେହି ଗୋଆ ଏକ ସମୁଦ୍ର କୂଳରେ ଏକାଠି ବୁଲୁଥିବାର ନଜର ଆସିଥିଲେ। ନୋରା ଫତେହି ସର୍ଟସ ଏବଂ ଫସଲ ଟପ୍ ପିନ୍ଧିଥିବାବେଳେ ଗୁରୁ ରାନ୍ଧୱା ଏକ ସର୍ଟ-ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
wp:html/wp:html
ଦୁହିଁ ବହୁତ ଖୁସି ଥିବାର ଜଣା ପଡୁଥିବାର ନଜର ଆସିଛି । ବର୍ତ୍ତମାନ ଦୁହିଁଙ୍କ ଫଟୋ ଦେଖି ସମସ୍ତଙ୍କର ଏବେ ଗୋଟିଏ ପ୍ରଶ୍ନ , ଯେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁନାହାନ୍ତି ତ? ସେମାନଙ୍କ ଫଟୋକୁ ଫଟୋଗ୍ରାଫର୍ ଭାଇରାଲ ଭୟାନୀ ନିଜର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର୍ କରିଛନ୍ତି । ଅନ୍ୟାନ୍ୟ ଫ୍ୟାନ୍ ପେଜରେ ଏମାନଙ୍କ ଫଟୋ ଖୁବ୍ ସେୟାର୍ କରାଯାଇଛି । ୟୁଜର୍ସ ମାନେ ଏହି ଫଟୋ ଦେଖି କମେଣ୍ଟରେ ସେମାନଙ୍କ ରିଲେସନ୍ କୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଦୁହେଁ ରିଲେସନ୍ସିପ୍ ରେ ନାହାନ୍ତି ତ? ଆଉ ଜଣେ କହିଛନ୍ତି କି କଣ ଏହି ଦୁଇଜଣ ସିଙ୍ଗଲରୁ ମିଙ୍ଗଲ ହୋଇଯାଇଛନ୍ତି? ଅନ୍ୟ ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ, ସେମାନଙ୍କୁ ଏକାସାଙ୍ଗରେ ମଜା କରିବାକୁ ଦିଅ, ତୁମେ ସେଠି କବାବ୍ ମେ ହଡ୍ଡି ହୁଅନି । ସେହି ଅନ୍ୟଜଣେ ଲେଖିଛନ୍ତି ଯେ, ବି-ଟାଉନକୁ ନୁଆ କପଲ୍ ଆସିଛନ୍ତି । ଏଭଳି ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି ।