scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କରତାରପୁର ଗୁରୁଦ୍ୱାର ପରିସରରେ ନନ-ଭେଜ ପାର୍ଟି, ପାକିସ୍ତାନର ଏମିତି କାର୍ଯ୍ୟକଳାପରେ ଭଡ୍‌କିଲା ଶିଖ ସମ୍ପ୍ରଦାୟ

20/11/2023 at 1:40 PM

ଚଣ୍ଡୀଗଡ ୨୦/୧୧: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସହ ଖେଳିବା ଦିନକୁ ଦିନ ବଢିବାରେ ଲାଗିଛି । ଏମିତି ଗୋଟିଏ ଘଟଣା ପୁଣିଥରେ ସାମ୍ନାକୁ ଆସିଛି । ଶିଖମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନ କରତାରପୁର ଦରବାର ସାହିବ ଗୁରୁଦ୍ୱାରରେ ନନ-ଭେଜ ପାର୍ଟି ହୋଇଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରୁ ପଲୀ ହଟଚମଟ ।

ଖାଲି ପାର୍ଟି ନଥିଲା ତ ନାଚଗୀତର ଆସର ସହି ମଦ ମାଂସ ବି ଖାଉଥିବା ନଜର ଆସିଥିଲା । ଏମିତି ମାଂସକୁ ପୋଡିକି ଖାଉଥିବାର ଦେଖିବାକୁ ମିଳିଥିଲା । ପାର୍ଟିର ଭିଡିଓ ଆସିବା ପରେ ଶିଖ ସମ୍ପ୍ରଦାୟରେ ଅନେକ ମାତ୍ରାରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଥାଉକି, ପାକିସ୍ତାନରେ ଅଳ୍ପସଂଖ୍ୟକମାନଙ୍କ ଧାର୍ମିକ ଭାବନା ସହିତ ଖେଳିବାର ଘଟଣା କିଛି ନୂଆ ନୁହେଁ । ଏହା ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନକୁ ବହୁତ ଆଘାତ ଦେଇଛି ।

ଶିଖ ସମ୍ପ୍ରଦାୟର ଲୋକମାନେ ଏବେ ପାକିସ୍ତାନ ସରକାରଙ୍କ ପାଖରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ସୂଚନା ଥାଉକି, ଦୁଇ ଦିନ ପୂର୍ବେ ଶନିବାର ଶିଖମାନଙ୍କ ପବିତ୍ର କରତାରପୁର ଗୁରୁଦ୍ୱାର (ଦରବାର ସାହେବ) ପରିସରରେ ଆୟୋଜିତ ହୋଇଥିଲା ପାର୍ଟି । ଯେଉଁଥିରେ ପାକିସ୍ତାନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ପାର୍ଟିରେ ପୋଡା ମାଂସ ପରସା ଯାଇଥିଲା । ବିଜେପି ନେତା ମନଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ଏହି ପାର୍ଟିରେ ମଦ ମଧ୍ୟ ପରିବେଷଣ କରାଯାଇଥିଲା । ଟ

ଗୁରୁଦ୍ୱାର ଦରବାର ସାହିବଙ୍କ ଦର୍ଶନ ଦେଓରୀ (ମୁଖ୍ୟ ଫାଟକ) ଠାରୁ ମାତ୍ର ୨୦ ଫୁଟ ଦୂରରେ ଆୟୋଜିତ ଏହି ପାର୍ଟିରେ ନାଚଗୀତର ଧୂମ ଆସର ଜମିଥିଲା । ତିନି ଘଣ୍ଟା ଧରି ଚାଲିଥିବା ଏହି ପାର୍ଟି ରାତି ୮ ଟାରୁ ଆରମ୍ଭ ହୋଇ ରାତି ୧୧ ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ପ୍ରାୟ ୮୦ ଜଣ ଲୋକ ସାମିଲ ହେଇଥିଲେ । କୁହାଯାଉଛି ଯେ ଏହି ପାର୍ଟିକୁ କରତାରପୁର କରିଡର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ (ପିଏମୟୁ) ର ସିଇଓ ସୟଦ ଅବୁ ବକର କୁରେଶି ଆୟୋଜନ କରିଥିଲେ । ଏହି ପାର୍ଟିରେ ନରୋୱାଲ ଜିଲ୍ଲାର ଡେପୁଟି କମିଶନର ମହମ୍ମଦ ଶାହାରୁଖ ଏବଂ ପୋଲିସ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।

you can also read…

   Related Posts