AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସଂସ୍କୃତି ବିଭାଗର ଅବହେଳା ! ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳୁନି ସମ୍ମାନ, ରାଜକୃଷ୍ଣଙ୍କ ଜନ୍ମମାଟିକୁ ସ୍ମାରକୀପୀଠ ଘୋଷଣା ଦାବି

16/12/2022 at 11:00 PM

ସାଲେପୁର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି । କିନ୍ତୁ ପରିତାପର ବିଷୟ ଯେଉଁମାନଙ୍କ ବଳିଦାନ ପାଇଁ ଦେଶକୁ ସ୍ୱାଧୀନତା ମିଳିଲା ସେହି ମହାନ ପୁରୁଷଙ୍କୁ ମିଳୁନାହିଁ ଉପଯୁକ୍ତ ସମ୍ମାନ । ସେଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି କଟକ ଜିଲ୍ଲା କିଶନ ନଗର ଅଞ୍ଚଳର ସ୍ୱର୍ଗତ ରାଜକୃଷ୍ଣ ବୋଷ ।

ଆଜି ହେଉଛି ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୨ ତମ ଜନ୍ମ ଜୟନ୍ତୀ । ସ୍ୱାଧୀନତାର ୭୫ ବର୍ଷ ପରେ ବି ଅବହେଳିତ ହୋଇ ରହିଛି ଓଡ଼ିଶାର ପ୍ରଥମ ରାଜବନ୍ଧୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରାଜକୃଷ୍ଣ ବୋଷ ଗାଁ ଏବଂ ପରିବାର । ଚାଳଛପର ଘରେ ରୁହନ୍ତି ତାଙ୍କ ଉତ୍ତରାଧିକାରୀମାନେ । ସେ ବ୍ୟବହାର କରୁଥିବା ନିତ୍ୟାବ୍ୟବହାର୍ଯ୍ୟ ଜିନିଷ, ଖଟ ଓ ଚ୍ୟାର ଏବେ ତାଙ୍କର ସ୍ମୃତି ବହନ କରୁଥିବାବେଳେ ଘରକୁ ଯିବାପାଇଁ ଭଲ ରାସ୍ତାଟିଏ ବି ନାହିଁ ।

ସ୍ୱର୍ଗତ ରାଜକୃଷ୍ଣ ବୋଷ ଏଭଳି ବ୍ୟକ୍ତିତ୍ୱ ଥିଲେ ଯିଏ ମହାତ୍ମାଗାନ୍ଧୀଙ୍କ ହିନ୍ଦୀ ଅଭିଭାଷଣକୁ ଓଡ଼ିଆରେ ଅନୁବାଦ କରି ଇଂରେଜମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଜନ ସାଧାରଣଙ୍କ ମନରେ ଉର୍ଜା ଭରୁଥିଲେ । ସ୍ୱର୍ଗତ ବୋଷଙ୍କୁ ପ୍ରଥମ ରାଜବନ୍ଧୀର ଆଖ୍ୟା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଦେଇଥିଲେ । ଖାଲି ସ୍ୱାଧୀନତା ସଂଗ୍ରାମୀ ନଥିଲେ ସମାଜର ଆର୍ଥିକ ଉନ୍ନତି ଘଟିବ ସେଥିପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ। ସ୍ୱର୍ଗତ ବୋଷ କିଶନ ନଗରର ବିକାଶର ବିନ୍ଧାଣି ଥିଲେ । ତାଙ୍କରି ଉଦ୍ୟମରେ ମହାନଦୀରେ ବନ୍ଦ ବାନ୍ଧି ଏ ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା କରିବା ସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜମିକୁ ଜଳସେଚିତ କରିବା ପାଇଁ କେନାଲ୍, ପଶୁ ଚିକିତ୍ସାଳୟ ମାନ ପ୍ରତିଷ୍ଠା କରିବା ସହ କି ଭଳି  ଆର୍ଥିକ ଉନ୍ନତି ଘଟିବ ସେ ସମୟରେ ମହୁଚାଷ ପ୍ରୋତ୍ସାହନ ଦେଉଥିଲେ । ରାଜ୍ୟ ସଂସ୍କୃତି ବିଭାଗର ବୈମାତୃକ ମନୋଭାବ ଯୋଗୁଁ ଏ ଭଳି ମହାନ ବ୍ୟକ୍ତଙ୍କ ଜନ୍ମ ସ୍ଥାନ ହଜି ଯିବାକୁ ବସିଲାଣି । ଏହାରି ଭିତରେ ଦିବଙ୍ଗତ ରାଜକୃଷ୍ଣ ବୋଷଙ୍କ ଜନ୍ମମାଟିକୁ ସ୍ମାରକୀପୀଠ ରୂପେ ଘୋଷଣା ପାଇଁ ଦାବି ହେଉଛି ।

   Related Posts