ଗଡିଲା ଅଣସଂକ୍ରମଣ ସଚେତନତା ରଥ

Published By : Prameya-News7 Bureau | January 22, 2022 IST

ଖଲ୍ଲିକୋଟ ୨୨/୦୧ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧିନସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ଦ୍ୱାରା ଉଦଘାଟିତ ହେଲା ଅଣ ସଂକ୍ରମଣ ସଚେତନତା ରଥ । ଏହି ରଥ ଆସନ୍ତା ୨ ଦିନ ଧରି ବ୍ଲକର ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ଜନସାଧାରଣମାନଙ୍କୁ ସଚେତନତା କରାଇବ । ମଧୁମେହ, ଉଚ୍ଚ ରକ୍ତ ଚାପ, କର୍କଟ ଓ ହୃଦରୋଗ ସମେତ କୋଭିଡ୍ ମହାମାରୀରୁ କିପରି ଦୂରେଇ ରହିବ ସେଥି ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଡାକ୍ତର ରାମାନୁଜ ପଟ୍ଟନାୟକ, କ୍ରିଷ୍ଣା ଚନ୍ଦ୍ର ଜେନା,  ପ୍ରମୋଦ ସାହୁ, ସବିତା କୋଠିଆ, ସରିତା ବେହେରା, ଗୀତାଞ୍ଜଳି ଦାସ, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ସନ୍ତୋଷିନୀ ପାଢୀଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ଭାବେ ପରିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.