ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ! NBW ଜାରି ପାଇଁ କୋର୍ଟଙ୍କ ଅନୁମତି

Published By : Prameya-News7 Bureau | December 08, 2023 IST

କଟକ ୮।୧୨: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟ୍ଟଙ୍କ ନାଁରେ ଏନବିଡବ୍ଲୁ ଜାରି ହୋଇଛି । ଏନବିଡବ୍ଲୁ ଜାରି ପାଇଁ SDJM କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଜାମିନ ବିହୀନ ଗିରଫ ପରୱାନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । ସୌରୀନ ଦୀର୍ଘ ଦିନ ଧରି ତଦନ୍ତରେ ସହଯୋଗ ନ କରିବାରୁ ଏନବିଡବ୍ଲୁ ପାଇଁ ଆବେଦନ କରିଥିଲା ପୋଲିସ ।

wp:embed {"url":"https://www.prameyanews7.com/nbw-issue-ferrar-singer-saureen-bhatt-for-molesting-girl/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nbw-issue-ferrar-singer-saureen-bhatt-for-molesting-girl/
/wp:embed

କଟକର ଜନୈକ ଯୁବତୀ କଣ୍ଠଶିଳ୍ପୀ ସୌରୀନଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ସୌରୀନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ସହ ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ୍ ପୋଲିସ । ପୂର୍ବରୁ ସୌରୀନଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ । ଏନବିଡବ୍ଲୁ ଜାରି ପରେ ଯଦି ସେ  ନ ମିଳନ୍ତି, ତେବେ ପୋଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।

ଏହାପରେ ତାଙ୍କୁ ପଳାତକ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଏଡିସିପି । ତାଙ୍କର ସମ୍ପତ୍ତି ବ୍ୟାଜପ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆଗକୁ ନେବାର ବ୍ୟବସ୍ଥା ରହିଛି  । ଯଦି ଆଉ ଅଧିକ ବ୍ୟାଙ୍କ ଆକାଉଣ୍ଟ ନଜରକୁ ଆସେ, ସେଗୁଡିକୁ ମଧ୍ୟ ଫ୍ରିଜ କରାଯିବ । ଏବେ ବି ସୌରୀନଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ଟିମ୍ ଚେଷ୍ଟା ଜାରି ରଖିଥିବା କଥା ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର କହିଛନ୍ତି ।

wp:html /wp:html

You Can Read :

wp:embed {"url":"https://www.prameyanews7.com/missing-youth-dead-body-found-from-a-plastic-bag-in-cuttack-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/missing-youth-dead-body-found-from-a-plastic-bag-in-cuttack-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.