ମୁମ୍ଵାଇ ୧୫।୦୮: ହରିୟାଣାର ଲୋକପ୍ରିୟ ଗାୟିକା ତଥା ଡ୍ୟାନ୍ସର ସପନା ଚୌଧୁରୀ। ବର୍ତ୍ତମାନ ସେ ଅସୁବିଧାରେ ଫସିଛନ୍ତି। ତାଙ୍କ ବିରୋଧରେ ଠକେଇର ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ସପନାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ସୂଚନାଯୋଗ୍ୟ, ସପନା ଚୌଧୁରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଅର୍ଥନୈତିକ ଅପରାଧ ଶାଖାରେ ମିଳିତ ଅଭିଯୋଗ ଠକେଇ ଅଭିଯୋଗ ହୋଇଥିଲା।
ସପନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ କରିବା ପରେ ଅର୍ଥନୈତିକ ଅପରାଧ ଶାଖା ସପନା ଚୌଧୁରୀଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଏହାପରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ହାଇପ୍ରୋଫାଇଲ ଠକେଇ ମାମଲାରେ ସପନାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଛନ୍ତି।
ସପନାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୧୮ ଅକ୍ଟୋବର ୧୩ରେ ତାଙ୍କ ବିରୋଧରେ ଲକ୍ଷ୍ମୌର ଆଶିୟାନା ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀ ଅଭିଯୋଗ କରି କହିଥିଲେ, ଲକ୍ଷ୍ନୌରେ ସପନାଙ୍କର ଏକ ପ୍ରୋଗ୍ରାମ ଥିଲା। ଏହି କାର୍ଯ୍ୟକ୍ରମରେ ଏଣ୍ଟ୍ରି ପାଇଁ ପ୍ରତି ବ୍ୟକ୍ତି ପିଛା ୩୦୦ ଟଙ୍କା ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକ ଟିକେଟ କିଣିଥିଲେ। କିନ୍ତୁ ରାତି ଯାଏଁ ସପନା ଚୌଧୁରୀଙ୍କ ଆସିନଥିଲେ। ଏହାପରେ ସପନା ପୋଲିସ ନିକଟରେ ଆତ୍ମସମର୍ପଣ କରି ଅନ୍ତରୀଣ ଜାମିନ ଆବେଦନ କରିଥିଲେ ।