ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ଝଟ୍‌କା: ଜାମିନବିହୀନ ଗିରଫ ପରଓ୍ୱାନା ଜାରି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 11, 2023 IST

ନୂଆଦିଲ୍ଲୀ: ଆଚରଣ ବିଧି ଉଲ୍ଲଂଘନ ମାମଲାରେ ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ଝଟ୍‌କା। ତାଙ୍କ ଆବେଦନକୁ ଖାରଜ କରି ଜାମିନବିହୀନ ଗିରଫ ପରଓ୍ୱାନା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତପ୍ରଦେଶ ରାମପୁର ସ୍ଥିତ ଏମ୍‌ପି-ଏମଏଲ୍‌ଏ କୋର୍ଟ। ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ଏସପିଙ୍କୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

କୋର୍ଟ ମଧ୍ୟ ତାଙ୍କ ଜାମିନ ପାଇଁ ନୋଟିସ ଜାରି କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ଡିସେମ୍ବର ୧୯ରେ ହେବ। ୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୂର୍ବତନ ସାଂସଦ ଜୟପ୍ରଦାଙ୍କ ବିରୋଧରେ ସ୍ୱର ଏବଂ କେମରି ପୋଲିସ ଷ୍ଟେସନରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି।

ସ୍ୱରରେ ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ସାକ୍ଷ୍ୟ ଗ୍ରହଣ ସମାପ୍ତ ହୋଇଛି ଏବଂ ପୂର୍ବତନ ସାଂସଦ ତାଙ୍କ ବୟାନ ରେକର୍ଡ କରିନାହାଁନ୍ତି। ଏହା ପରେ ମଧ୍ୟ ସେ ତାଙ୍କ ଭୟାନ ରେକର୍ଡ କରିବାକୁ କୋର୍ଟରେ ପହଞ୍ଚିନାହାଁନ୍ତି। କେମାରି ପୋଲିସ ଷ୍ଟେସନରେ ପଞ୍ଜୀକୃତ ଆଚରଣ ବିଧି ଉଲ୍ଲଂଘନ ମାମଲାରେ କୋର୍ଟରେ ହାଜର ହୋଇନାହାଁନ୍ତି।

କ୍ରମାଗତ ଉଭୟ ମାମଲାରେ କୋର୍ଟ ଗିରଫ ପରଓ୍ୱାନା ଜାରି କରିଛନ୍ତି। ସୋମବାର ପୂର୍ବତନ ସାଂସଦଙ୍କ ପକ୍ଷରୁ ଲଢୁଥିବା ସୁପ୍ରିମକୋର୍ଟର ଆଇନଜୀବୀ ଅସଗର ଜାମିନ ବିହୀନ ୱାରେଣ୍ଟକୁ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ। ଏହାକୁ ଅଭିଯୋଗକାରୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ପୂର୍ବତନ ସାଂସଦଙ୍କ ଆବେଦନକୁ ଖାରଜ କରିଥିଲେ ଏବଂ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଏଥିସହ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିବାକୁ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ ମଧ୍ୟ ତାଙ୍କ ସୁରକ୍ଷା ପାଇଁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୯ରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.