ଗ୍ରାଉଣ୍ଡ ଜିରୋରେ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ପ୍ରାର୍ଥୀ, ଶୁକ୍ରବାର ପ୍ରାର୍ଥୀପତ୍ର ଯାଞ୍ଚ

Published By : Prameya-News7 Bureau | April 21, 2023 IST

ଭୁବନେଶ୍ୱର ୨୧/୦୪: ଝାରସୁଗୁଡ଼ା ଉପନିର୍ବାଚନ ସରିଲା ନାମାଙ୍କନ ଦାଖଲ । ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ । ଗ୍ରାଉଣ୍ଡ ଜିରୋରେ ସଭା ସମିତି, ମିଶ୍ରଣ ପର୍ବ କରି ବଳ ବଢ଼ାଉଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ମେ’ ୧୦ରେ ଭୋଟ୍ । ହାତରେ ଆଉ ମାତ୍ର ୧୫ରୁ ୧୭ ଦିନ ରହିଲା ।

ପ୍ରବଳ ଖରା ପାଇଁ ପ୍ରଚାର ଟିକେ ମାନ୍ଦା ପଡ଼ିଥିବା ବେଳେ ଦିନେ ଦୁଇ ଦିନ ଭିତରେ ଖରା କମିଲେ ଜୋରଦାର ପ୍ରଚାରକୁ ଓହ୍ଲାଇବେ ବିଭିନ୍ନ ଦଳର ପ୍ରାର୍ଥୀ । ଝାରସୁଗୁଡ଼ା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ଘୋଷଣା କରାଯାଇଛି । ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାରେ ଟପ୍ ରେ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନୁଭବୀ ନେତା, ମନ୍ତ୍ରୀ, ବିଧାୟକଙ୍କୁ ପ୍ରଚାର ଦାୟିତ୍ବ ଦେଇଛି ଦଳ ।

ବିଜେପିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ଓ ପାର୍ଟିର ହେଭିଓ୍ବେଟ୍ ନେତାଙ୍କ ନାଁ ରହିଛି । ପୂର୍ବରୁ ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଛି କଂଗ୍ରେସ । ଖୋଦ୍ ପିସିସି ସଭାପତି ଗ୍ରାଉଣ୍ଡ ଜିରୋ ରହି ନିର୍ବାଚନୀ କାର୍ଯ୍ୟର ତଦାରଖ କରୁଛନ୍ତି । କର୍ମୀ ସମ୍ମିଳନୀ କରି ଦଳୀୟ କର୍ମକର୍ତ୍ତାଙ୍କ ମନବୋଳ ବଢ଼ାଇବାକୁ ଚେଷ୍ଟା କରୁଛି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.