ବାରଣାସୀରୁ ଶ୍ୟାମ ରଙ୍ଗିଲାଙ୍କ ପ୍ରାର୍ଥୀପତ୍ର ନାକଚ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢିଥାନ୍ତେ ନିର୍ବାଚନ

Published By : Prameya-News7 Bureau | May 15, 2024 IST

ବାରଣାସୀ ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ସିଟ୍ ବାରଣାସୀରେ ନିର୍ଦ୍ଦଳୀୟ ପ୍ରାର୍ଥୀ ହୋଇଥିବା କମେଡିଆନ ଶ୍ୟାମ ରଙ୍ଗିଲାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ସେ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ଆସନରେ ପ୍ରଧାନମନ୍ତ୍ରୀଙ୍କ ସହିତ ୪୦ ଜଣ ପ୍ରାର୍ଥୀ ହୋଇଛନ୍ତି। ଶ୍ୟାମ ରଙ୍ଗିଲା ଗତ ୩ ଦିନ ହେଲା ପ୍ରାର୍ଥୀପତ୍ର ଦାଖଲ କରାଇ ଦିଆଯାଉନଥିବାର ଅଭିଯୋଗ କରୁଥିଲେ। ମଙ୍ଗଳବାର ସକାଳେ ସେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। 

ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଶ୍ୟାମ ରଙ୍ଗିଲା ମଙ୍ଗଳବାର ସକାଳେ ତାଙ୍କ ସମର୍ଥକଙ୍କ ସହିତ ପ୍ରାର୍ଥୀପତ୍ର ଦାଖଲ କରିବାକୁ ବାରଣାସୀ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବେଶ୍ ଉତ୍ସାହିତ ମଧ୍ୟ ଥିଲେ। ସେ ତାଙ୍କ ଅନ୍ଦାଜରେ କହିଥିଲେ ଯେ ଗଙ୍ଗା ମୟା ମୋତେବି ପୁଅ କରିଛନ୍ତି। ଆମେ ଜନତାଙ୍କ ସହଯୋଗ ଓ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟରେ ନିର୍ବାଚନ ଲଢିବେ ବୋଲି କହିଥିଲେ। ତେବେ ନିର୍ବାଚନ ଆୟୋଗ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିଦେବା ପରେ କମେଡିଆନଙ୍କ ଆଗମୀ ପଦକ୍ଷେପ କଣ ହେବ ତା ଉପରେ ଏବେ ସମସ୍ତଙ୍କ ନଜର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.