previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଉପରାଷ୍ଟ୍ରପତି ନିର୍ବାଚନ:  ଆରମ୍ଭ ହେଲା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ୧୯ ଜୁଲାଇ ଶେଷ ତାରିଖ

5/07/2022 at 6:25 PM

ନୂଆଦିଲ୍ଲୀ ୫।୭: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଅଧିସୂଚନା ଜାରି ହୋଇଯାଇଛି। ଅଗଷ୍ଟ ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୯ ଜୁଲାଇ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଜୁଲାଇ ୨୦ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୨ ତାରିଖ ପ୍ରତ୍ୟାହାରର ଶେଷ ଦିନ। ଉଲ୍ଲେଖଯୋଗ୍ୟ ଯେ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ।

ଉପରାଷ୍ଟ୍ରପତି ପଦବୀ ଲାଗି ବିଜେପି ନେତୃତ୍ୱାଧୀନ ଏନଡିଏର ସ୍ପଷ୍ଟ ବହୁମତ ରହିଛି। ଏହି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସଦସ୍ୟ ଭୋଟ ଦେଇଥାନ୍ତି। ଏଥିରେ ମନୋନୀତ ସଦସ୍ୟ ମଧ୍ୟ ଭୋଟ ଦିଅନ୍ତି। ତେବେ ଅଧିସୂଚନା ଜାରି ହୋଇଥିଲେ ମଧ୍ୟ ରାଜନୈତିକ ଦଳମାନେ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ରାଷ୍ଟ୍ରପତି ନିର୍ବାଚନ ଲାଗି ବିଜେପି ସହଯୋଗୀ ଓ ମିତ୍ର ଦଳଙ୍କ ସହଯୋଗ ଆବଶ୍ୟକ। ତେବେ ଉପରାଷ୍ଟ୍ରପତି ପଦବୀ ନିମନ୍ତେ କେବଳ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଭୋଟ ଦେଇଥାନ୍ତି।

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଲୋକସଭାର ୫୪୩ ଓ ରାଜ୍ୟସଭାର ୨୩୨ ସଦସ୍ୟଙ୍କୁ ମିଶାଇ ମୋଟ ୭୭୫ ସଦସୀୟ ନିର୍ବାଚକ ମଣ୍ଡଳ ଅର୍ଥାତ ଇଲେକ୍ଟୋରଲ ରହିଛି।  ଏଥିରେ ବିଜେପିର ୩୯୫ ସାଂସଦ ଅର୍ଥ ଭୋଟ ଅଛି। ଯାହା ନିର୍ବାଚନରେ ବିଜୟ ଲାଗି ମ୍ୟାଜିକ୍ ନମ୍ବର ୩୮୮ରୁ ଅଧିକ ରହିଛି। ଏପର୍ଯ୍ୟନ୍ତ ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି।

   Related Posts