ଜଗତସିଂହପୁର ଏସଭିଏମ କଲେଜରେ ନିର୍ବାଚନୀ ମାହୋଲ; ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

Published By : Prameya-News7 Bureau | October 03, 2018 IST

ଜଗତସିଂହପୁର ୩/୧୦ : ଜଗତସିଂହପୁର ଜିଲା ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବ।ଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ଜିଲାର ମୋଟ୍ ୧୧ ଟି ମହାବିଦ୍ୟାଳୟରେ ଚଳିତ ବର୍ଷ ନିର୍ବ।ଚନ କରାଯାଉଛି । ସେହିପରି ଜିଲାର ସର୍ବ ବୃହତ ଜଗତସିଂହପୁର ସହର ସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ସହକାରେ ପ୍ରାର୍ଥୀ ପତ୍ର ଦାଖଲ ଶେଷ ହୋଇଛି । ଏହି ମହାବିଦ୍ୟାଳୟରେ ସଭାପତି, ସାଧାରଣ ସଂପାଦକ ଆଦି ପଦବୀ ସହ ଅନ୍ୟାନ୍ୟ ପଦବୀରେ ୨୦ ଜଣରୁ ଉର୍ଦ୍ଧ ପ୍ରାର୍ଥୀ ସେମାନଙ୍କର ନାମଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀମାନେ ନିଜ ନିଜର ସମର୍ଥକ ମାନଙ୍କ ସହ ଆସି ନିର୍ଦ୍ଧ।ରିତ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ବ।ଚିତ ହେବା ପରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ସର୍ବ।ଙ୍ଗୀନ ଉନ୍ନତି ପାଇଁ ପଦକ୍ଷପ ନବେ ବୋଲି ପ୍ରାର୍ଥୀ ମାନେ କହିଛନ୍ତି । ଆରପଟେ ନିର୍ବ।ଚନକୁ ଅବାଧ ଓ ନିରପକ୍ଷ ସହ ଶାନ୍ତି ଶୃଙ୍ଖଳା ସହକାରେ ପରିଚଳନା କରିବା ପାଇଁ ଆବଶ୍ୟକୀୟ ପଦକ୍ଷପ ନିଆଯାଇଥିବାର ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.