ଧାମନଗର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଲେ ରାଜେନ୍ଦ୍ର ଦାସ

Published By : Prameya-News7 Bureau | October 14, 2022 IST

ଭଦ୍ରକ ୧୪/୧୦: ନାମାଙ୍କନ ଦାଖଲ କଲେ ରାଜୁ ଦାସ । ସ୍ୱାଧୀନ ପ୍ରାର୍ଥି ଭାବେ ଧାମନଗର ଉପନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି ନିଜର ନାମାଙ୍କନ ପତ୍ର ।

ସୂଚନା ଥାଉକି, ଆଜି ସକାଳେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଥିଲେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଏଥିପାଇଁ ଆଜି ସେ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲର ଶେଷ ଦିନରେ ନୋମିନେସନ ଫାଇଲ୍ କରିଛନ୍ତି ରାଜେନ୍ଦ୍ର । ନିଜ ସ୍ୱଳ୍ପ ସଂଖ୍ୟକ ସମର୍ଥକ ଓ ପରିବାର ଲୋକଙ୍କ ସହ ବାଇପାସ ସ୍ଥିତ ବସଭାବନରୁ ପଦଯାତ୍ରାରେ ଆସି ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦୁଇ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବାସ୍ତବରେ, ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର । ତେବେ ରାଜେନ୍ଦ୍ରଙ୍କୁ ମନାଇବାକୁ ସେଠାରେ ଅନେକ ହେବିଓ୍ୱେଟ ନେତା ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ । ହେଲେ ରାଜେନ୍ଦ୍ର ସେମାନଙ୍କ କଥାରେ ରାଜି ନହୋଇ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ନିରାଡ଼ମ୍ଵର ଭାବେ ଶୋଭଯାତ୍ରାରେ ଯାଇଁ ନାମାଙ୍କନ ଦାଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.