ନୋକିଆର ଶସ୍ତା ୫ ଜି ଫୋନ୍ !

Published By : Prameya-News7 Bureau | August 25, 2019 IST

ନୋକିଆ ବ୍ରାଣ୍ଡ ଫୋନ୍‌କୁ ଏବେ ଏଚ୍‌ଏମ୍‌ଡି ଗ୍ଲୋବାଲ ତିଆରି କରୁଛି । ଏବେ ଏଚ୍‌ଏମ୍‌ଡି ଗ୍ଲୋବାଲ ୫ ଜି ଫୋନ୍‌ ଲଞ୍ଚ କରିବ ବୋଲି ସୂଚନା ଦେଇଛି । କମ୍ପାନୀ ଏହେ ଶସ୍ତା ୫ ଜି ଫୋନ୍‌ ଲଞ୍ଚ କରିବ ବୋଲି କହିଛି  ।

୨୦୨୦ ହେବାକୁ  ଆଉ ମାତ୍ର ୪ ମାସ ବାକି ଅଛି । ୨୦୨୦ରେ କମ୍ପାନୀ ଶସ୍ତା ୫ ଜି ଫୋନ୍‌ ଲଞ୍ଚ କରିବ ବୋଲି କହିଛି । ପ୍ରଥମେ ଏହି ଫୋନ୍‌କୁ ଆମେରିକାରେ ଲଞ୍ଚ କରାଯିବ । ଏହାପରେ ଭାରତ, ୟୁରୋପ ଓ ଅନ୍ୟ ଦେଶମାନଙ୍କରେ ଏହି ଫୋନ୍ ଲଞ୍ଚ ହେବ  । ଭାରତରେ ଏହି ୪ଜି ମୋବାଇଲ୍‌ ସେବା ଉପଲବ୍ଧ ହେଉଥିବାବେଳେ ୫ ଜି ଲଞ୍ଚ କରିବାପାଇଁ କେତକ  କମ୍ପାନୀ ଯୋଜନା କରିଛନ୍ତି । ଏବେ ଆମେରିକାରେ ଯେଉଁ ଦରରେ ୫ଜି ମୋବାଇଲ୍‌ ଫୋନ୍‌ ମିଳୁଛି ତାହାର ଅଧା ଦାମରେ କମ୍ପାନୀ ୫ ଜି ଫୋନ୍‌ ଲଞ୍ଚ କରିବ ବୋଲି କହିଛି ।

{"id":148773}

ଟେକନଲୋଜି ଖବର ପ୍ରଦାନକାରୀ ଓ୍ୱେବସାଇଟ୍‌ ଗିଜ୍ମୋ ଅନୁସାରେ ଏଚ୍‌ଏମ୍‌ଡି ଗ୍ଲୋବାଲ ଏହି ବର୍ଷ ଶେଷସୁଦ୍ଧା ନୋକିଆର ଦୁଇଟି ୫ଜି ଫୋନ୍‌ ଲ଼ଞ୍ଚ କରିବ । ଏଥିରେ ଗୋଟିଏ ଫୋନ୍‌ ଫ୍ଲାଗ ସିପ୍‌ ଫୋନ୍‌ ହୋଇପାରେ ।

ଫ୍ଲାଗ୍‌ ସିପ୍‌ ଫୋନ୍‌ରେ  ଜିଜମୋ ୮୫୫ ଏଚ୍‌ଓସି ଏକ୍ସ ୫୫ ମୋଡେମ୍‌ ପେୟରଡ୍‌ ୫ଜି କନେକ୍ଟିଭିଟ୍ ରହିବ ।

ଦ୍ୱିତୀୟ ଫୋନ୍‌ରେ ମଧ୍ୟବର୍ଗୀୟଙ୍କ ପାଇଁ କରିବ । ଏଥିରେ ସ୍ନାପଡ୍ରାଗନ ୭୦୦ ସିରଜ୍‌ର ଚିପ୍‌ସେଟ୍‌ ରହିବ ବୋଲି ସୂଚନା ଦିଆଯାଇଛି ।

ଭାରତରେ ୨୦୨୦ରେ ୫ଜି ଫୋନ୍‌ ସେବା ଆରମ୍ଭ ହବ।ଏହି ହିସାବରେ ୨୦୨୦ରେ ନୋକିଆ ଭାରତରେ ବି ୫ଜି ଫୋନ୍‌ ଲଞ୍ଚ କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.