ଗାର୍ଡଙ୍କୁ ଗାଳି ଦେବା ସହ ଦବଙ୍ଗଗିରି ଦେଖାଇଥିବା ମହିଳା ଗିରଫ, ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Published By : Prameya-News7 Bureau | August 21, 2022 IST

ନୂଆଦିଲ୍ଲୀ: ନୋଏଡାରେ ଫାଟକ ଖୋଲିବାରେ ବିଳମ୍ୱ ହେବାରୁ ଜଣେ ମହିଳା ରାଗିଯାଇ ସେଠାରେ ନିୟୋଜିତ ଥିବା ଗାର୍ଡଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ । ସୋସିଆଲ ମିଡିଆରେ ମହିଳାଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏଥିରେ ମହିଳା ଜଣକ ଗାର୍ଡଙ୍କୁ ନିଜ ରାଗ ଝାଡୁଥିବା ଦେଖିବାକୁ ମିଳୁଛି । ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ମହିଳାଙ୍କୁ ସମାଲୋଚନା କରାଯାଉଛି । ପୋଲିସ ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କୁ ୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଭାଇରାଲ ଭିଡିଓଟି ନୋଏଡାର ସେକ୍ଟର ୧୨୬ର ଜେପି ସୋସାଇଟିର । ଏଠାରେ ସୋସାଇଟି ଗେଟ ଖୋଲିବାରେ ଗାର୍ଡ ସାମାନ୍ୟ ବିଳମ୍ୱ କରିଥିଲେ। ଏଥିରେ ମହିଳା ଜଣକ ଗାର୍ଡଙ୍କ ଉପରେ ରାଗିଯାଇ ଦୁର୍ବ୍ୟବହାର କରିଥିଲେ । ଭିଡିଓରେ ମହିଳା ଜଣଙ୍କ ସେଠାରେ ଅନ୍ୟ ଗାର୍ଡଙ୍କୁ ମଧ୍ୟ ଗାଳି ଦେଉଥିବା ଦେଖିବାକୁ ମିଳିଛି । ଏପରିକି ଜଣେ ଗାର୍ଡଙ୍କୁ ଟଣାଓଟରା କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ମହିଳା ଜଣକ ଗାର୍ଡଙ୍କୁ ହାତ ଦେଖାଇ କହିଥିଲେ, ‘ସମ୍ଭାଳ ଲୋ ଇନ ବିହାରିୟୋ କୋ’ ।

ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିବାଲ ମଧ୍ୟ ଏହାକୁ ଟ୍ୱିଟ କରିଥିଲେ । ଘଟଣାକୁ ନିନ୍ଦା କରିବା ସହ ମହିଳାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନର ଅବଶ୍ୟକତା ଥିବା ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.