ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା, ବେଞ୍ଜାମିନ୍‌ ଲିଷ୍ଟ ଏବଂ ଡେଭିଡ୍‌ ମ୍ୟାକ୍‌ମିଲନ ପାଇବେ ଏହି ସମ୍ମାନ

Published By : Prameya-News7 Bureau | October 06, 2021 IST

ନୂଆଦିଲ୍ଲୀ ୦୬/୧୦ : ରସାୟନ ବିଜ୍ଞାନରେ ଉତ୍କୃଷ୍ଟ ଅବଦାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଜର୍ମାନୀର ବେଞ୍ଜାମିନ ଲିଷ୍ଟ ଏବଂ ଆମେରିକାର ଡେଭିଡ୍‌ ମ୍ୟାକ୍‌ମିଲନଙ୍କୁ ମିଳିବ ନୋବେଲ ପୁରସ୍କାର । ଏସିମେଟ୍ରିକ୍‌ ଅର୍ଗାନ୍‌କେଟାଲିସସ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ରିସର୍ଚ୍ଚ ପାଇଁ ବେଞ୍ଜାମିନ ଲିଷ୍ଟ ଏବଂ ଡେଭିଡ୍‌ ମ୍ୟାକ୍‌ମିଲନଙ୍କୁ ଏହି ସର୍ବଶ୍ରେଷ୍ଠ ସମ୍ମାନ ଦିଆଯିବ । ଅଣୁଗୁଡିକୁ ନିର୍ମାଣ ପାଇଁ ଉପକରଣ ତିଆରି କରିବାରେ ଏହି ଦୁଇ ବୈଜ୍ଞାନିକ ସଫଳ ହୋଇଥିଲେ ।

ରସାୟନ ବିଜ୍ଞାନ କ୍ଷେତ୍ରରେ ଏହି ଦୁଇ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ବଳରେ ଆଜି ଆଉ ଏକ ଉପଲବ୍ଧି ହାସଲ ହୋଇଛି । ଯାହାକି ଆଣବିକ ନିର୍ମାଣକୁ ଆଉ ଏକ ସ୍ତରକୁ ନେଇଯାଇଛି । ଏହା ନାଁ କେବଳ ରସାୟନ ବିଜ୍ଞାନକୁ ଆଗକୁ ବଢାଇଛି ବରଂ ଅସୀମିତ ଅଣୁଙ୍କୁ ଉତ୍ପାଦନ କରିବା ବି ସହଜ ହୋଇଯାଇଛି ।

ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା । ୟୁକୁରୋ ମାନେବେ, କ୍ଲୋସ୍‌ ହେସଲମେନ୍‌ ଏବଂ ଜିୟୋର୍ଜିୟୋ ପେରିସିକଙ୍କୁ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିଲା । ଦି ରୋୟାଲ୍‌ ସ୍ବିଡିଶ୍‌ ଏକାଡେମୀ  ଅଫ୍‌ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଜଳବାୟୁ ଏବଂ ଜଟିଳ ଭୌତିକ ପ୍ରଣାଳି ଆବିସ୍କାର କରିଥିବାରୁ ଏହି ୩ ଜଣ ବିଶିଷ୍ଟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.