ହାତକୁ ଦିହାତ ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା, ଟ୍ୱିଟରରେ ଛୁଟିଲା ପ୍ରଶଂସକଙ୍କ ଶୁଭେଚ୍ଛା

Published By : Prameya-News7 Bureau | November 10, 2021 IST

ନୂଆଦିଲ୍ଲୀ ୧୦/୧୧: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ନିଜ ଜୀବନ ନୂଆ ଇଂନିସ ଆର୍ଭ କରିଛନ୍ତି । ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଲାଲା ।

ସୋସିଆଲ ମିଡିଆରେ ଟ୍ୱିଟ କରି ମଲାଲା ଏହି ସୂଚନା ଦେଇଛନ୍ତି । ପୋଷ୍ଟ କରି ମଲାଲା ଲେଖିଛନ୍ତି ଯେ ସେ ଘରେ ବିବାହ କରିଛନ୍ତି ଏବଂ ତାଙ୍କ ଜୀବନର ନୂଆ ଅୟମାରମ୍ଭ ବୋଲି ସେ କହିଛନ୍ତି ।

wp:html /wp:html

ମଲାଲା ଟ୍ୱିଟରରେ ଲେଖିଛନ୍ତି, "ଆଜି ମୋ ଜୀବନର ଏକ ବିଶେଷ ଦିନ । ଅସର୍‌ ଏବଂ ମୁଁ ବିବାହ କରିଛୁ । ଆମେ ବର୍ମିଂହାମ ଠାରେ ପରିବାର ସହ ନିକାହ ସମାରୋହରେ ସାମିଲ ହୋଇିଥିଲୁ । ଦୟାକରି ଆପଣମାନେ ଆମପାଇଁ ପ୍ରାର୍ଥନା କରନ୍ତୁ । ଆଗାମୀ ଯାତ୍ରାରେ ଆମେ ଏକାଠି ଯିବାକୁ ଉତ୍ସାହିତ ଅଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.