ପଦର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଘୋଷଣା, ମିଳିତ ଭାବେ ୩ ବୈଜ୍ଞାନିକ ପାଇବେ ସମ୍ମାନ

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଲୀ, ୦୪/୧୦: ପଦର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଘୋଷଣା । ୨୦୨୨ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକ ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ । ବୈଜ୍ଞାନିକ ଆଲାଏନ ଆସ୍ପେକ୍ଟ, ବୈଜ୍ଞାନିକ ଜନ ଏଫ୍‌ କ୍ଲାଉଜର ଏବଂ ବୈଜ୍ଞାନିକ ଆଣ୍ଟୋନ୍‌ ଜେଇଲିଙ୍ଗର ଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । କ୍ୱାଟମ୍‌ ଫିଜିକ୍ସରେ ଏହି ୩ ବୈଜ୍ଞାନିକଙ୍କ ବିଶେଷ ଯୋଗଦାନ ରହିଛି ।

ନୋବେଲ୍‌ ସମ୍ମାନ ପ୍ରଦାନ କରାଯାଉଥିବା ସମିତି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଡିତ ଫୋଟୋନ୍, ବେଲର ଅସମାନତାକୁ ସ୍ଥିର କରିବା ଏବଂ କ୍ୱାଣ୍ଟମ୍ ସୂଚନା ସମ୍ୱନ୍ଧୀୟ ରିସର୍ଚ୍ଚ ପାଇଁ ଏହି ତିନିଜଣଙ୍କୁ ପୁରସ୍କୃତ କରାଯିବାକରୁ ସ୍ଥିର ହୋଇଛି । ଆଲାଏନ୍‌ ଆସ୍ପେକ୍ଟ ପ୍ୟାରିସ୍‌ ୟୁନିଭରସିଟିର ବୋଲି ଜଣାପଡ଼ିଛି । ଜନ୍‌ ଏଫ୍‌ ଆମେରିକାର ହୋଇଥିବା ବେଳେ ଆଣ୍ଟୋନ୍‌ ଅଷ୍ଟ୍ରୋଲିଆ ବିୟାନ୍‌ର ବାସିନ୍ଦା ।  

ଏହି ୩ ବୈଜ୍ଞାନିକ କ୍ୱାଣ୍ଟମ୍‌ ଷ୍ଟେଟ୍ସ୍‌ ଉପରେ ମହତ୍ୱପୂର୍ଣ୍ଣ ଏକ୍ସପେରିମେଣ୍ଟର କରିଛନ୍ତି ।  ଏକ ଜଡିତ କ୍ୱାଣ୍ଟମ୍ ଅବସ୍ଥାରେ, ଦୁଇଟି କଣିକା ଅଲଗା ହେଲେ ମଧ୍ୟ ଗୋଟିଏ ୟୁନିଟ୍ ଭାବରେ ଆଚରଣ କରନ୍ତି । ଏହି ପରୀକ୍ଷଣଗୁଡିକର ଫଳାଫଳ କ୍ୱାଣ୍ଟମ୍ ସୂଚନା ଉପରେ ନୂତନ ଫଳାଫଳ ପାଇଁ ପଥ ପରିଷ୍କାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.