ବିଶ୍ୱ ଆଥଲେଟିକ୍ସର ନୂଆ ଚାମ୍ପିଅନ ଲାଇଲ୍ସ, ୧୦୦ ମିଟରକୁ ୯.୮୩ ସେକେଣ୍ଡରେ ଦୌଡ଼ି ରେକର୍ଡ
21/08/2023 at 10:51 AM

ନୂଆଦିଲ୍ଲୀ ୨୧/୦୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ର ନୂଆ ଚାମ୍ପିଅନ ନୁହ ଲାଇଲ୍ସ । ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ ହାତେଇଲେ ଲାଇଲ୍ସ । ରବିବାର ଥିଲା ସବୁଠୁ ବଡ଼ ଇଭେଣ୍ଟ ପୁରୁଷ ୧୦୦ ମିଟର ରେସ୍ । ଯେଉଁ ଇଭେଣ୍ଟ ଉପରେ ରହିଥିଲା ସାରା ବିଶ୍ୱର ନଜର । ଶେଷରେ ପ୍ରତୀକ୍ଷାର ଅନ୍ତ ଘଟାଇ ଆମେରିକାର ନୁହ ଲାଇଲ୍ସ ହେଲେ ନୂଆ ବିଶ୍ୱ ଚାମ୍ପିଅନ ।
ଟୋକିଓ ଅଲିମ୍ପିକ୍ସ ଚାମ୍ପିଅନ ମାର୍ସେଲ ଜାକୋବ୍ସ ସେମି ଫାଇନାଲରୁ ବାଦ ପଡ଼ିବା ପରେ ଲାଇଲ୍ସଙ୍କ ପଥ ପରିଷ୍କାର ହୋଇଯାଇଥିଲା । ୯.୮୩ ସେକେଣ୍ଡ ସହ ସେ ସ୍ୱର୍ଣ୍ଣ ପଦକ ହାସଲ କଲେ । ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ଟାଇମିଂ ରହିଥିଲା ୯.୮୮ ସେକେଣ୍ଡ ।
ଶେଷରେ ବଟସ୍ୱାନାର ୨୦ ବର୍ଷୀୟ ଲେଟସାଇଲ ତେବୋଗୋ ରୌପ୍ୟ ଏବଂ ବ୍ରିଟେନର ଝାର୍ନେଲ ହ୍ୟୁଗ୍ସ ବ୍ରୋଞ୍ଜ ପଦକ ଜିତିଥିଲେ । ଜାମାଇକାର ଓବ୍ଲିକ ସେଭିଲେ ସମାନ (୯.୮୮) ଟାଇମିଂ ହାସଲ କରିଥିଲେ ବି ପଦକ ହାସଲରୁ ବଞ୍ଚିତ ହୋଇଥିଲେ । ସେ ୦.୦୦୪ ଟାଇମିଂ ପଛରେ ରହି ଚତୁର୍ଥ ସ୍ଥାନରେ ରହିଥିଲେ ।
you can also read…