କୃଷ୍ଣକାୟ ଛାତ୍ରନେତା ନୋଆ ହ୍ୟାରିସ ହାଭାର୍ଡ ବିଶ୍ୱବିଦ୍ୟାଳୟ ସ୍ନାତକ ପରିଷଦ ସଭାପତି ନିର୍ବାଚିତ, ଇତିହାସରେ ପ୍ରଥମ
30/11/2020 at 4:35 PM

ମିସିସିପି ୩୦।୧୧: ହାଭାର୍ଡ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି। ମିସିସିପିର ୨୦ ବର୍ଷ ବୟସ୍କ କୃଷ୍ଣାଙ୍ଗ ଛାତ୍ର ନୋଆ ହ୍ୟାରିସ୍ ହାଭାର୍ଡ ସ୍ନାତକ ପରିଷଦ ସଭାପତି ନିର୍ବାଚିତ ହୋଇଛନ୍ତି। ପ୍ରଶାସନିକ ବିଷୟରେ ଅଧ୍ୟୟନ କରୁଥିବା ହେଟିସ୍ ବର୍ଗର ନୋଆ ହ୍ୟାରିସ ଅଶ୍ୱେତ ଛାତ୍ର ସମୂହଙ୍କ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି।

ହ୍ୟାରିସଙ୍କ ପୂର୍ବରୁ ମଧ୍ୟ ୨ ଜଣ ଅଶ୍ୱେତ ଛାତ୍ର ହାଭାର୍ଡ ଛାତ୍ର ସଂସଦର ସଭାପତି ରହି ସାରିଛନ୍ତି। ତେବେ ହ୍ୟାରିସ ପ୍ରଥମ ଅଶ୍ୱେତ ଛାତ୍ର ଯାହାଙ୍କୁ ଛାତ୍ର ସଙ୍ଗଠନ ନିର୍ବାଚିତ କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ହ୍ୟାରିସ ଗଣମାଧ୍ୟମକୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ବେଳେ ଛାତ୍ର ସଙ୍ଗଠନ ଦ୍ୱାରା ତାଙ୍କୁ ଦିଆଯାଇଥିବା ସମ୍ମାନକୁ ସେ ଗୁରୁତ୍ୱର ସହ ବିଚାର କରୁଥିବା କହିଛନ୍ତି।

ଗତ ଗ୍ରୀଷ୍ମ ଋତୁରେ ଜର୍ଜ ଫ୍ଲଏଡ, ବ୍ର୍ୟୋନା ଟେଲର ଓ ଅହମ୍ମଦ ଆର୍ବରୀଙ୍କ ଭଳି କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଦେଶରେ ଉପୁଜିତିବା ବର୍ଣ୍ଣବିଦ୍ୱେଷ ଆନ୍ଦୋଳନ ପରିପ୍ରେକ୍ଷୀରେ ହାଭାର୍ଡ ଛାତ୍ର ସଙ୍ଗଠନ ଜଣେ କୃଷ୍ଣାକାୟ ଛାତ୍ରଙ୍କ ଉପରେ ଭରସା କରି ତାଙ୍କୁ ଛାତ୍ର ସଙ୍ଗଠନ ସଭାପତି ନିର୍ବାଚିତ କରିଛନ୍ତି। ଏଣୁ ସେ ଭରସା ଭାଙ୍ଗିବେନି ବୋଲି କହିଛନ୍ତି। ଏହି ନିର୍ବାଚନରେ ହ୍ୟାରିସ ସଭାପତି ନିର୍ବାଚିତ ହୋଇଥିବା ବେଳେ କ୍ଲିଭଲ୍ୟାଣ୍ଡର ଜନି ଗନ୍ ଉପସଭାପତି ନିର୍ବାଚିତ ହୋଇଛନ୍ତି।

ଗନ ନ୍ୟୁରୋ ସାଇନ୍ସ ଅଧ୍ୟୟନ କରୁଛନ୍ତି। ଉଭୟ ଛାତ୍ରନେତା ଛାତ୍ରଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଚାହାନ୍ତି ବୋଲି କହିଛନ୍ତି। ଏ ନେଇ ଦାୟିତ୍ୱକୁ ସେମାନେ ଗୁରୁତ୍ୱର ସହ ନିର୍ବାହ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ତେବେ ଛାତ୍ରସଂସଦ କାର୍ଯ୍ୟକର୍ତ୍ତା ନିର୍ବାଚିତ ହେବା ପରେ କୃଷ୍ଣକାୟ ଛାତ୍ରମାନେ କଣ କରୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର।