Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ଏଥର ବସିବନି ସଂସଦର ଶୀତ ଅଧିବେଶନ ! ଜାନୁଆରୀରେ ହୋଇପାରେ ବଜେଟ ଅଧିବେଶନ

15/12/2020 at 11:51 AM

ନୂଆଦିଲ୍ଲୀ ୧୫।୧୨: ଦେଶରେ କରୋନା ସ୍ଥିତି ଯୋଗୁଁ ଏଥର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ବସିବ ନାହିଁ। ଏନେଇ ସଂସଦର ସବୁ ଦଳର ନେତାଙ୍କ ସହ ଆଲୋଚନା ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ସଂପର୍କରେ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ରୋକିବାକୁ ସବୁ ଦଳ ଭିତରେ ସହମତି ହୋଇଥିବା ସେ କହିଛନ୍ତି।

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠି ଲେଖି ଏ ସଂପର୍କରେ ଜଣାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ବିବାଦୀୟ କୃଷି ଆଇନ ସଂପର୍କରେ ଆଲୋଚନା ପାଇଁ ଅଧିର ରଞ୍ଜନ ଚୌଧୁରୀ ଦାବି କରିଥିଲେ। ତେବେ ଏହାକୁ ପ୍ରତ୍ୟାଖ୍ୟାନ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଧିର ରଞ୍ଜନ ଚୌଧୁରୀ ଚିଠି ଲେଖି ସଂସଦର ଶୀତ ଅଧିବେଶନ ବସିବ ନାହିଁ ବୋଲି କହିଛନ୍ତି। ଜାନୁଆରୀରେ ସିଧା ବଜେଟ ଅଧିବେଶନ ବସିବାର ସମ୍ଭାବନା ରହିଛି ।

   Related Posts