ଜନଶୁଣାଣୀରେ ହୋଇନଥିଲା ବ୍ୟବସ୍ଥା, ଯନ୍ତ୍ରଣାରେ ଛଟପଟ ହେଲେ ଦିବ୍ୟାଙ୍ଗ ଓ ଅସହାୟ

Published By : Prameya-News7 Bureau | December 05, 2022 IST

ଯାଜପୁର ୦୫/୧୨: ଯାଜପୁର ସପ୍ତାହର ପ୍ରତେକ ସୋମବାର ଦିନ ଜନଶୁଣାଣୀ କାର୍ଯ୍ୟକ୍ରମ ହୋଇଥାଏ । ଆଜି ଏହି ପରିପ୍ରେକ୍ଷୀରେ ଯାଜପୁର ବ୍ଲକର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଚାଲିଥିଲା । ହେଲେ ଜନଶୁଣାଣୀକୁ ଆସୁଥିବା ଦିବ୍ୟାଙ୍ଗ ମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନଥିଲା ।

ଫଳରେ ଦିବ୍ୟାଙ୍ଗ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି । ଯେଉଁଥିପାଇଁ କିଏ ତଳେ ଘୋଷାରି ଘୋଷାରି ହୋଇ ଯାଉଛନ୍ତି ତ ଆଉ କିଏ ହାମ୍ବୁଡେଇ ହାମ୍ବୁଡେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଜଣଙ୍କ ବିଂଝାରପୁର ଅଞ୍ଚଳ ଗଣ୍ଡକୁଳ ଗାଁର ବନମାଳୀ ବେହେରା । ଦୀର୍ଘ ୪ ମାସ ତଳୁ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ଅକ୍ଷମ ହୋଇଯାଇଛି । ଗୋଡ଼ରେ ଲାଗିଛି ବଡ଼ ବଡ଼ କ୍ଲିପ ମଧ୍ୟ ଲାଗିଛି । ଗୋଡଟିକୁ ଭଲ କରିବାକୁ ଅପରସେନ ଆବଶ୍ୟକ ଆଉ ଯେଉଁଥିପାଇଁ ଅର୍ଥ ଆବଶ୍ୟକ । ଟିକେ ସାହାଯ୍ୟ ପାଇଁ ଜିଲ୍ଲା ପାଳଙ୍କ ଜନଶୁଣାଣୀକୁ ଧାଇଁ ଆସିଥିଲେ । ହେଲେ ପ୍ରଶାସନ ପକ୍ଷରୁ ହୁଇଲ ଚ୍ୟାର ନଥିବାରୁ ତଳେ ଘୋଷାରି ଘୋଷାରି ହୋଇ ଭିତରକୁ ଯିବା ବାହାରକୁ ଆସିବାକୁ ପଡୁଛି ।

କେବଳ ଗୋଟିଏ ଚିତ୍ର ନୁହେଁ । ଏ ଦୃଶ୍ୟ ଉପରେ ନଜର ପକାନ୍ତୁ ଦିବ୍ୟାଙ୍ଗ ଭାଇ ଜଣକ କିପରି ହାମ୍ବୁଡେଇ ହାମ୍ବୁଡେଇ ଯାଉଛ ଜନଶୁଣାଣୀ ଭିତରକୁ । ଜନଶୁଣାଣୀ ନିକଟରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କଲେ ଯିବା ଆସ କରି ସହଜ ହୁଅନ୍ତା ବୋଲି ଦାବି କରିଛନ୍ତି ଆସିଥିବା ଦିବ୍ୟାଙ୍ଗ ଓ ତାଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.