suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦାରିଦ୍ର୍ୟ ଯୋଗୁଁ ହୋଇପାରୁନି ଚିକିତ୍ସା, ୧୦ ବର୍ଷ ହେଲା ଶିକୁଳିରେ ବିତୁଛି ଜୀବନ

20/07/2019 at 4:02 PM

ଅନୁଗୁଳ ୨୦|୭: ବର୍ଷେ କି ଦୁଇ ବର୍ଷ ନୁହେଁ,୧୦ବର୍ଷ ହେଲାଣି  ଶିକୁଳିର ବନ୍ଧନ । ଅନୁଗୁଳ ଜିଲ୍ଲା ଅର୍କିଳି ଗାଁର ଅରୁଣ ସାହୁଙ୍କୁ ହାତ ଗୋଡରେ ଶିଖୁଳି ବାନ୍ଧିଛନ୍ତି ତାଙ୍କ ପରିବାର । କାରଣ, ଅରୁଣଙ୍କର ମାନସିକ ବିକୃତି ରହିଛି । ସବୁଠୁ ବେଶି ଦୁଃଖ ହେଲା ଦାରିଦ୍ର୍ୟ ଯୋଗୁଁ, ଅରୁଣଙ୍କ ଚିକିତ୍ସା କରିବାରେ ଅସମର୍ଥ ତାଙ୍କ ପରିବାର । ତେଣୁ ଅଘଟଣ ଏଡାଇବାକୁ ଅରୁଣଙ୍କ ହାତ ଗୋଡ ବାନ୍ଧିବାକୁ ବାଧ୍ୟ ହୋଇଛନ୍ତି ତାଙ୍କ ଘର ଲୋକେ । ତେବେ ବିକାଶର ଡିଣ୍ଡିମ ପିଟାଯାଉଥିବା ବେଳେ ଏପରି ଏକ ଅସହାୟ ପରିବାରର ଦୁଃଖ ଯନ୍ତ୍ରଣା ବେଦନାଦାୟକ ନୁହେଁ କି ?

ଶିକୁଳିରେ ବନ୍ଧା ଜୀବନ ।  ବର୍ଷେ ,ଦୁଇ ବର୍ଷ ନୁହେଁ ଦଶନ୍ଧି ହେଲା ବନ୍ଧା ହୋଇଛି ତାଙ୍କ ହାତଗୋଡ । ଅନୁଗୁଳ ଅର୍କିଳି ଗାଁର ଅରୁଣ ସାହୁଙ୍କୁ ଏପରି ବାନ୍ଧି ରଖିଛନ୍ତି ତାଙ୍କ ପରିବାର । ଦଣ୍ଡ ନୁହେଁ, ଅସହାୟତା ଓ ବାଧ୍ୟବାଧ୍ୟକତାରୁ ଏପରି କରିଛନ୍ତି ସେମାନେ । କାରଣ ଅରୁଣଙ୍କର ରହିଛି ମାନସିକ ବିକୃତି । ତାଠୁ ବେଶି ଦୁଃଖ ପରିବାରର ଦାରିଦ୍ର୍ୟ । ବୁଢୀ ମାଆ, ଦୃଷ୍ଟିହୀନ ଭଉଣୀ, ସ୍ତ୍ରୀ ଓ ନାବାଳିକା ଝିଅଙ୍କୁ ନେଇ ଅରୁଣଙ୍କ ପରିବାର । ମୂଲ ଲାଗି ଚଳୁଥିବା ପରିବାର , ଯେତିକି ପାରିଲେ ଅରୁଣଙ୍କ ଚିକିତ୍ସା କରାଇଲେ । କିନ୍ତୁ ଅଧିକ ଚିକିତ୍ସା ଖର୍ଚ୍ଚର ବୋଝ ପରିବାରକୁ ଅସମ୍ଭାଳ । ଅଘଟଣ ଆଶଙ୍କାରେ ଅରୁଣଙ୍କୁ ବାନ୍ଦି ରଖିବାକୁ ବାଧ୍ୟ ହୋଇଛନ୍ତି ସେମାନେ ।

ଅରୁଣ ଙ୍କ ଲାଗି ପୁରା ପରିବାର ଚିନ୍ତାରେ । ଆସହାୟ ମାଆ । ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି । ସ୍ୱାମୀଙ୍କ ଅସୁସ୍ଥତା ଚିନ୍ତା ଆଉ  ଅଷ୍ଟମ ଶ୍ରେଣୀରେ ପଢୁଥିବା ଝିଅର ଭବିଷ୍ୟତ ନେଇ ଆଶଙ୍କା । ଅନିଶ୍ଚିତତାରେ  ଆଶଙ୍କିତ ଅରୁଣଙ୍କ ପରିବାର ।

ଅରୁଣଙ୍କ ଶିକୁଳି ବନ୍ଧା ଜୀବନ ଓ ତାଙ୍କ ପରିବାରର ଅବସ୍ଥା ଖବର ପାଇ, ସେସବୁର  ଅନଧ୍ୟାନ ଲାଗି ଅର୍କିଳି ଗାଁକୁ କଣିହା ବିଡିଓଙ୍କୁ ଫଠାଇଥିବା କହିଛନ୍ତି ତାଳଚେର ଉପଜିଲ୍ଲାପାଳ । ତେବେ ଅରୁଣଙ୍କ ପରିବାରକୁ ଭରଣ ପୋଷଣ ପାଇଁ ଆବଶ୍ୟକୀୟ ସାହାଯ୍ୟ ସହ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି  ସେ ପ୍ରତିଶ୍ରୁତି ଦେଇଛନ୍ତି । 

ସାମାଜିକ ସମାନତା ସହ ଅସହାୟ ଓ ଅବହେଳିତଙ୍କ ଲାଗି ସରକାରଙ୍କ ଯୋଜନା ଓ ଦାୟୀତ୍ୱ ରହିଛି । ତେଣୁ  ସେହି ଭିତ୍ତିରେ ସରକାରୀ ବାବୁ ତାଙ୍କ ଉତ୍ତରଦାୟିତ୍ୱ କିପରି ତୁଲାଉଛନ୍ତି ଓ କେବେ ଅରୁଣଙ୍କ ପରିବାରକୁ ସରକାରୀ ସହାୟତା ମିଳୁଛି ତାହାକୁ ଅପେକ୍ଷା  ।

   Related Posts