ଯାତାୟତ ପାଇଁ ନାହିଁ ମାଧ୍ୟମ, ଭତ୍ତା ପାଇଁ ବିପଦ ସଂକୁଳ ଯାତ୍ରା କରୁଛନ୍ତି ହିତାଧିକାରୀ

Published By : Prameya-News7 Bureau | April 24, 2023 IST

କେନ୍ଦ୍ରାପଡା ୨୪/୦୪: ବାର୍ଦ୍ଧକ୍ୟ ଭତା ପାଇଁ ଭାରରେ ଓ ଡଙ୍ଗା ସାହାଯ୍ୟରେ ଯାତ୍ରା କରୁଛି ହିତାଧିକାରୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଏକମାଣିଆ ପଂଚାୟତରେ ଏହି ଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି । ପଞ୍ଚାୟତକୁ ଯାତାୟତ ପାଇଁ ସେତୁ ନଥିବା ହେତୁ ଏହି ସମସ୍ୟା ଭୋଗୁଛି ଲୋକେ ।

wp:html /wp:html

ଏହି ପଂଚାୟତର ୫୦ ରୁ ଅଧିକ ହିତାଧିକାରୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ଭତା ପାଇଁ ଯାଉଛି । ଏହି ପଂଚାୟତର ଏକ ମାଣିଆ, ନଳପହି, ଦକ୍ଷିଣଦିଆ ରାଜସ୍ଵ ଗ୍ରାମରେ ବସବାସ କରୁଥିବା ହିତାଧିକାରୀମାନଙ୍କର ଏହା ଏକ ପ୍ରମୁଖ ସମସ୍ୟା । ଏହି ପଂଚାୟତକୁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଚାରି ପଟରୁ ଘେରି ରହିଛି । ତେବେ ପଂଚାୟତକୁ ଯାତାୟତ ପାଇଁ ନଦୀ ଉପରେ ସେତୁର ବ୍ୟବସ୍ଥା ନାହିଁ ।

ପୂର୍ବରୁ ପଞ୍ଚାୟତ କାର୍ଯ୍ୟ।ଳୟରେ ଭତା ବଣ୍ଟନ କରାଯାଉଥିଲା । କିନ୍ତୁ ଏବେ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଦିଆଯିବା ପରେ ଲୋକେ ନଦୀ ଆରପଟକୁ ଡଙ୍ଗା ଯୋଗେ ଯାଇ ଭତା ଆଣିବାକୁ ନାନା ଅସୁବିଧାର ସମ୍ମୁଖୀନ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.