ନା ଗଡିବ ଟ୍ରେନ ନା ଗଡିବ ବସ: ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଲାଗି ଏମିତି ପ୍ରସ୍ତୁତ ହେଉଛି ଭାରତ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧।୦୩: ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ବୃଦ୍ଧି ଘଟି ୨୭୦ ଅତିକ୍ରମ କରିଛି। ଏହାର ପ୍ରତିରୋଧ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ଲାଗି ଦେଶବାସୀଙ୍କୁ ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ଵାନକୁ ଦେଶର ସରକାରୀ ଓ ବେସରକାରୀ ସଂଗଠନ ସମର୍ଥନ ଜଣାଇଛନ୍ତି। ସରକାରୀ ଓ ଘରୋଇ ସଂସ୍ଥା ରବିବାର ନିଜର ସେବା ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜନତା କର୍ଫ୍ୟୁ ସଫଳ କରିବା ଲାଗି ଦେଶବାସୀଙ୍କୁ ଘରୁ ନବାହାରିକୁ ଅପିଲ କରିଛନ୍ତି। ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲାଗୁ ରହିବ। ପ୍ରଧାନମନ୍ତ୍ରୀ ଶୁକ୍ରବାର କହିଛନ୍ତି ଯେ, ଆଉ ଥରେ ଦେଶବାସୀଙ୍କ ସମର୍ଥନ ଚାହୁଁଛି। ଜନତା କର୍ଫ୍ୟୁ- ଲୋକଙ୍କ ପାଇଁ, ଲୋକଙ୍କ ଦ୍ଵାରା ସ୍ଵତ ପ୍ରବୃତଃ ଲାଗୁ ହେବ।

{"id":241869,"sizeSlug":"large"}

ରବିବାର କେବଳ ଜରୁରୀକାଳୀନ ସେବା ଯେପରି ପୋଲିସ, ମିଡିଆ, ମେଡିକାଲ ସେବା ଉପରେ ଜନତା କର୍ଫ୍ୟୁ ଲାଗୁ ହେବ ନାହିଁ।

ଜାଣନ୍ତୁ ସରକାରୀ ଓ ଘରୋଇ ସଂସ୍ଥା ଜନତା କର୍ଫ୍ୟୁ ଲାଗି କଣ କରିଛନ୍ତି-

ଭାରତୀୟ ରେଲଓ୍ଵେ ଜନତା କର୍ଫ୍ୟୁକୁ ଧ୍ୟାନରେ ରଖି ସମଗ୍ର ଦେଶରେ ଶନିବାର ମଧ୍ୟ ରାତ୍ରରୁ ରବିବାର ରାତି ୧୦ ଟା ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ କରିଛି।  ଏହା ସହିତ ରବିବାର ସକାଳ ୪ଟାରୁ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ନାହିଁ। ରେଳ ବାଇ କହିଛି ଯେ, ଅଯଥା ଭିଡକୁ ଦୃଷ୍ଟିରେ ରଖି ପୂର୍ବରୁ ୨୪୫ ଟ୍ରେନ ରଦ୍ଦ କରି ସାରିଛି।

ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ସିକନ୍ଦରାବାଦରେ ସମସ୍ତ ସର୍ବ ଅର୍ବାନ ଟ୍ରେନ ସେବା ବନ୍ଦ ରହିବ।

ବଜେଟ୍ ଏୟାର ଲାଇନ ଗୋ ଏୟାର ରବିବାର ଦିନ ଜନତା କର୍ଫ୍ୟକୁ ସଫଳ କରିବା ଲାଗି ସମସ୍ତ ବିମାନ ସେବା ବାତିଲ କରିଛି।

{"id":241872,"sizeSlug":"large"}

ଭାରତର ବଡ ବିମାନ କମ୍ପାନୀ ଇଣ୍ଡିଗୋ ରବିବାର ନିଜର କେବଳ ୬୦ ପ୍ରତିଶତ ଘରୋଇ ଉଡାଣ ଚଳାଚଳ କରିବ ବୋଲି କହିଛି। ଏୟାର ଭିସ୍ତା ମଧ୍ୟ ରବିବାର ନିଜର ଘରୋଇ ଉଡାଣ  ବନ୍ଦ କରିବାକୁ ଘୋଷଣା କରିଛି।

ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ରବିବାର ଜନତା କର୍ଫ୍ୟକୁ ନଜରରେ ରଖି ନିଜର ସେବା ବନ୍ଦ ରଖିବାକୁ ଘୋଷଣା କରିଛି। ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ ପବ୍ଲିକ ବସ୍ ଚଳାଚଳ ବନ୍ଦ ରଖିବାକୁ ଯୋଜନା ନଥିବା କହିଛନ୍ତି।

ମୋବାଇଲ ଆପ୍  ଆଧାରିତ କ୍ୟାବ୍ ସେବା ଯେପରି ଉବର ଓ ଓଲା ନିଜର ଡ୍ରାଇଭରଙ୍କୁ ରବିବାର ଘରେ ରହିବାକୁ ଘୋଷଣା କରିଛି। ଜରୁରୀକାଳୀନ ସେବା ପାଇଁ ଓଲା ଓ ଉବେର ଉପଲବ୍ଧ ରହିବ ବୋଲି କୁହାଯାଇଛି।

{"id":241873,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ପାଖାପାଖି ୯୫ ହଜାର ଓଟୋ ରିକ୍ସା ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି। ଦିଲ୍ଲୀ ଅଟୋ ରିକ୍ସା ସଂଘର ମହାସଚିବ ରାଜେନ୍ଦ୍ର ସୋନି କହିଛନ୍ତି ଯେ, ରାଜନୈତିକ ମତଭେଦ ପରେ ମଧ୍ୟ ସମସ୍ତ ଡ୍ରାଇଭର ସରକାରଙ୍କ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାଖାପାଖି ୧୫ ଲକ୍ଷ ବ୍ୟବସାୟୀ ଦିଲ୍ଲୀରେ ନିଜର ଦୋକାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏପରି କି  ବଜାର ଯେପରି ଖୁଚୁରା ଓ ହୋଲସେଲ୍ ମାର୍କେଟ୍ ମଧ୍ୟ ରବିବାର ବନ୍ଦ ରହିବ। କିଛି ସ୍ଵେଚ୍ଛାକୃତ ଏହି କର୍ଫ୍ୟୁକୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ବଢାଇବେ।

{"id":241874,"sizeSlug":"large"}

ନୋଏଡା ମେଟ୍ରୋ ରେଲ କର୍ପୋରେସନ ରବିବାର ଏକଓ୍ଵା ଲାଇନ ସେବା ଓ ସିଟି  ବସ ସେବାକୁ ବନ୍ଦ ରଖିବାକୁ ଘୋଷଣା କରିଛି।

ଗୁଜରାତ ମୁଖ୍ୟମନ୍ତ୍ରୀ  ବିଜୟ ରୂପାନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ଜନତା କର୍ଫ୍ୟୁ ସମୟରେ ରବିବାର କୌଣସି ବି ସରକାରୀ ବସ ରାଜ୍ୟରେ ଗଡିବ ନାହିଁ। ରାଜ୍ୟ ପରିବହନ ବସ୍ ମଧ୍ୟ ଚଳାଚଳ ବନ୍ଦ ରହିବ।

{"id":241875,"sizeSlug":"large"}

ତାମିଲନାଡୁ ସରକାର ମଧ୍ୟ ଜନତା କର୍ଫ୍ୟକୁ ଦୃଷ୍ଟିରେ ରଖି ରବିବାର ସରକାରୀ ବସ୍ ଓ ମେଟ୍ରୋ ରେଲ୍ ସେବା ନିଲମ୍ବିତ କରିଛନ୍ତି। ଘରୋଇ ପରିବହନ ସଞ୍ଚାଳକ ଓ ମିନି ବସ୍ ମାଲିକ ମଧ୍ୟ ସମର୍ଥନ ଜଣାଇ ନିଜର ଗାଡି ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ମଧ୍ୟ ମେଟ୍ରୋ ଚଳାଚଳ ବନ୍ଦ କରାଯାଇଛି।

ବେଙ୍ଗାଲୁରୁର ଅଧିକାଂଶ ଘରୋଇ ପ୍ରତିଷ୍ଠାନ ଏବଂ କିଛି ସାର୍ବଜନୀନ ସେବା ରବିବାର ବନ୍ଦ ରହିବ। ବେଙ୍ଗାଲୁରୁ ମେଟ୍ରୋପଲିଟନ  ଟ୍ରାନ୍ସପୋର୍ଟ କର୍ପୋରେସନ(ବିଏମଟିସି) ଜନତାଙ୍କ ଚାହିଦାକୁ ଦେଖି ରବିବାର ସେବା ଯୋଗାଇବ। ସହରର ସମସ୍ତ ପବ, ବାର, ମଲ ଓ ଥିଏଟର ବନ୍ଦ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.