ଆଜି ହେଉଛି ବିଶ୍ବ ତମାଖୁ ମୁକ୍ତ ଦିବସ ; ଚଳିତ ବର୍ଷର ଥିମ୍ ରହିଛି ‘ତମାଖୁ ହୃଦୟ ଭାଙ୍ଗି ଦିଏ’
31/05/2018 at 6:43 AM

ଆଜି ହେଉଛି ବିଶ୍ବ ତମାଖୁ ମୁକ୍ତ ଦିବସ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ୧୯୮୭ରୁ ପ୍ରତିବର୍ଷ ମେ ୩୧ରୁ ବିଶ୍ବ ତମାଖୁ ମୁକ୍ତ ଦିବସ ଭାବେ ପାଳନ କରାଯାଏ । ଏହି ଦିନରେ ଚବିଶ ଘଣ୍ଟା ପର୍ଯ୍ୟନ୍ତ କୈଣସି ଧରଣ ତମାଖୁ ସେବନ ନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଏ । ତମାଖୁର କ୍ଷତିକାରକ ଦିବ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ତଥା ଏବାବଦରେ ସଚେତନାତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ । ପ୍ରତିବର୍ଷ ତମାଖୁ ସେବନ କାରଣରୁ ବିଶ୍ବ ପ୍ରାୟ ଷାଠିଏ ଲକ୍ଷ ମଣିଷଙ୍କର ଅକାଳ ମୃତ୍ୟୁ ଘଟୁଛି । ତେବେ ଚଳିତ ବର୍ଷର ଥିମ୍ ରହିଛି ‘ତମାଖୁ ହୃଦୟ ଭାଙ୍ଗି ଦିଏ’ ।