ଆଉ କନ୍ଦେଇବନି ପିଆଜ! ଆୟତ୍ତ ହେବ ଆଳୁ ଓ ଟମାଟର ଦର, ଆକ୍ସନ ମୋଡରେ ସରକାର

Published By : Prameya-News7 Bureau | October 17, 2021 IST

ନୂଆଦିଲ୍ଲୀ ୧୭।୧୦: ପନିପରିବା ଦର ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟକୁ ପ୍ରଭାବିତ କରିଛି। ଅତ୍ୟାଧିକ ମୂଲ୍ୟବୃଦ୍ଧିକୁ ଦେଖି ସରକାର ଏବେ ଆକ୍ସନ ମୋଡକୁ ଆସିଛନ୍ତି। ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ଖୁବଶୀଘ୍ର ଉପାୟ କରାଯାଉଥିବା କେନ୍ଦ୍ର ସରକାର ରବିବାର କହିଛନ୍ତି। ଏଥିରେ ପିଆଜର ବଫର ଷ୍ଟକ୍‌ ଖାଲି କରାଯାଇଥିବା କୁହାଯାଇଛି। ଫଳରେ ବଜାରରେ ପିଆଜ ମୂଲ୍ୟ ନିୟନ୍ତ୍ରିତ ହେଉଥିବା ବେଳେ ଆଗକୁ ଆଳୁ ଓ ଟମାଟର ଦର ମଧ୍ୟ ଆୟତ୍ତ ହେବ।

ଗତ ଅଗଷ୍ଟ ଶେଷ ସପ୍ତାହରୁ ଦେଶରେ ପିଆଜ ବଫର ଷ୍ଟକ୍ ଧିରେ ଧିରେ ଖାଲି କରାଯାଉଛି। ଭଣ୍ଡାରଣ କ୍ଷତି ହ୍ରାସ ସାଙ୍ଗକୁ ମୂଲ୍ୟ ନିୟନ୍ତ୍ରଣ ଲାଗି ସରକାର ଏହି ପଦକ୍ଷେପ ନେଇଥିଲେ। ଫଲରେ ଗତ ଅକ୍ଟୋବର ୧୪ ତାରିଖ ଦିନ ଦେଶରେ ପିଆଜ କେଜି ପିଛା ଦର ୫୭ରୁ ୪୨ ଟଙ୍କାକୁ ଖସି ଆସିଥିଲା। ଏବେ ଦେଶରେ ପିଆଜ କେଜି ପିଛା ହାରାହାରି ଦର ୩୭ ଟଙ୍କାକୁ ଆସିଛି। ଏ ବାବଦରେ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତ୍ତିରେ ପିଆଜ ଭଳି ଆଳୁ ଓ ଟମାଟର ଦର ହ୍ରାସ ଲାଗି ମଧ୍ୟ ସରକାର ପଦକ୍ଷେପ ନେଉଥିବା ସୂଚିତ କରିଛନ୍ତି।

{"id":528711,"width":838,"height":545,"sizeSlug":"full","linkDestination":"none"}

ଏଥିରେ ଯେଉଁ ରାଜ୍ୟମାନଙ୍କରେ ପିଆଜର ହାରାହାରି ଦର ଜାତୀୟ ହାର ଠାରୁ ଅଧିକ ସେଠାରେ ସରକାର ବଫର ଷ୍ଟକ ପହଞ୍ଚାଉଥିବା କୁହାଯାଇଛି। ଅକ୍ଟୋବର ୧୨ ତାରିଖ ଦିନ ସାରା ଦେଶର ବଜାରକୁ ୬୭ ହଜାର ୩୫୭ଟନ ପିଆଜ ପହଞ୍ଚାଯାଇଛି। ଏହି ପିଆଜ ଦେଶର ପ୍ରମୁଖ ସହର ଦିଲ୍ଲୀ, ଲକ୍ଷ୍ନୌ, କୋଲକାତା, ଗୌହାଟୀ, ପାଟନା, ରାଞ୍ଚୀ, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ, ଚଣ୍ଡିଗଡ, କୋଚ୍ଚି ଓ ରାୟପୁର ବଜାରରେ ଛଡା ଯାଇଥିଲା।

ରାଜ୍ୟରେ ପିଆଜ ଦର ନିୟନ୍ତ୍ରିତ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ କେଜି ପିଛା ୨୧ ଟଙ୍କା ଦରରେ ୱେର ହାଉସ୍‌ରୁ ଉଠାଇପାରିବେ। ଫଳରେ ସିଧାଶଳଖ ବଜାର ଦର ନିୟନ୍ତ୍ରିତ ହୋଇପାରିବ। ଏହି ପିଆଜକୁ ସୁଲଭ ଦୋକାନ ସମେତ ପ୍ରମୁଖ ବଜାରରେ ମଧ୍ୟ ଉପଲବ୍ଧ କରିପାରିବେ। ଆଳୁ ଓ ଟମାଟର ଲାଗି ମଧ୍ୟ ସରକାର ଆଗକୁ ଏହି ପଦକ୍ଷେପ ନେବେ ବୋଲି କହିଛନ୍ତି। ଫଳରେ ଅତ୍ୟଧିକ ବଜାର ଦର ନିୟନ୍ତ୍ରିତ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.