ଚଳିତ ବର୍ଷ ଆଇପିଏଲ ଅସମ୍ଭବ, ହେବନାହିଁ ଟି୨୦ ବିଶ୍ୱକପ !

Published By : Prameya-News7 Bureau | April 28, 2020 IST

ଲାହୋର, ୨୮|୦୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ତଥା ରାଓ୍ୱଲପିଣ୍ଡୀ ଏକ୍ସପ୍ରେସ ସୋଏବ ଅଖତାର ଆଇପିଏଲ ଏବଂ ଟି୨୦ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଚଳିତ ବର୍ଷ ଆଇପିଏଲ ହେବାର ସମ୍ଭବନା ନାହିଁ ବୋଲି ସେ କହିଛନ୍ତି ।

କରୋନା ଭାଇରସ ମହାମାରୀକୁ ନେଇ ବିଶ୍ୱର ବଡବଡ ଖେଳ ଟୁର୍ଣ୍ଣାମେଣ୍ଟକୁ ବାତିଲ କିମ୍ବା ସ୍ଥଗିତ କରାଯାଇଛି । ଏପରିକି ଆଇପିଏଲକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାତିଲ କରିଦିଆଯାଇଛି ।

{"id":261514,"width":688,"height":516,"sizeSlug":"large"}

ଏହି ସମୟରେ ସୋଏବ କହିଛନ୍ତି ଯେ, କେବଳ ଆଇପିଏଲ ନୁହେଁ ଟି୨୦ ବିଶ୍ୱକପ ଆୟୋଜନ ସ୍ଥଗିତ ହୋଇପାରେ । କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିଛି ।  ଏହାର ମୁକାବିଲା କରିବା ସହଜ ନୁହେଁ । ଏହାର କୌଣସି ଭାକସିନ୍ ପ୍ରସ୍ତୁତ ହୋଇନାହିଁ । ବିଶ୍ୱର ଅନେକ ଦେଶରେ ବିମାନ ଯାତ୍ରାକୁ ନେଇ କଟକଣା ଲାଗିଛି ।

{"id":261517,"width":686,"height":386,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ଆଇପିଏଲର ଆୟୋଜନ ହେବା ଅସମ୍ଭବ ବୋଲି ତାଙ୍କୁ ଲାଗୁଛି । ଏପରିକି ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ମଧ୍ୟ ସ୍ଥଗିତ ହୋଇପାରେ । ଏହି ସମୟରେ ଭାରତ ଓ ପାକିସ୍ତାନ ଖେଳ ଜରିଆରେ ସମ୍ପର୍କ ସୁଧାରନ୍ତୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.