ନୀତି ସବ୍ କମିଟି ବୈଠକରେ ବାହାରିଲାନି ନିର୍ଯାସ, ତୁଟିଲାନି ମହାପ୍ରଭୁଙ୍କ ବନକଲାଗି ବିବାଦ
28/07/2023 at 2:32 PM

ପୁରୀ ୨୮/୦୭: ତୁଟିଲାନି ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ। ନୀତି ସବକମିଟି ବୈଠକରେ ବାହାରି ପାରିଲା ନାହିଁ ନିର୍ଯାସ । ବୈଠକରେ ଅନେକ ଗୁଡ଼ିଏ ପ୍ରସ୍ତାବ ଦେଇଛନ୍ତି ସଦସ୍ୟ । ଆସନ୍ତା ଅଗଷ୍ଟ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବନକଲାଗି ନୀତି ପ୍ରସଙ୍ଗ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।
ସୂଚନା ଥାଉକି, ବନକଲାଗି ନୀତି ବିବାଦକୁ ନେଇ ବସିଥିଲା ନୀତି ସବ୍ କିମିଟି ବୈଠକ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ସେବକଙ୍କ ଏହି ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି । ନିଜ ନିଜ ଜିଦ୍ ରେ ଅଟଳ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ। ଗୁରୁବାର ଦତ୍ତମହାପାତ୍ର ନିଯୋଗ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବାବେଳେ ଏହା ଉପରେ କଟକଣା ଲଗାଇଥିଲା ଶ୍ରୀମନ୍ଦିର ପ୍ରଶାସନ।
ପୂର୍ବ ନିଷ୍ପତ୍ତି ଅନୁଯାୟୀ ବୁଧବାର ଦିନ ହିଁ ବନକଲାଗି ନୀତି କରାଯିବାକୁ ଦତ୍ତମହାପାତ୍ର ନିଯୋଗକୁ ରୋକ୍ ଠୋକ୍ ଶୁଣାଇଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନୀତି ସବକମିଟି ବୈଠକ ଡକାଯାଇଥିଲା । ତେବେ ବୈଠକ ପରେ ବି କୌଣସି ସମାଧାନର ସୂତ୍ର ବାହାରିପାରିନି । କହିରଖୁ ଯେ, ନିଳାଦ୍ରୀ ବିଜେ ପରଠାରୁ ଅର୍ଥାତ୍ ଆଜିକୁ ଅନେକ ଦିନ ହେଲା ହୋଇପାରିନାହିଁ ବନକଲାଗି ।
you can also read…