୨୦୨୪ରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଲାଗୁ କରିବା ସମ୍ଭବ ନୁହେଁ, ଲ କମିଶନ !

Published By : Prameya-News7 Bureau | September 29, 2023 IST

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଲାଗୁ ହେବ ନାହିଁ। କାରଣ ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବା ସମ୍ଭବ ନୁହେଁ ବୋଲି ଲ କମିଶନ କହିଛନ୍ତି। ତେବେ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଯେମିତି ଏହି ନିୟମ ଲାଗୁ ହେବ ସେଥିପାଇଁ ଲ କମିଶନ କାର୍ଯ୍ୟ କରୁଛନ୍ତି।

ଏଥିପାଇଁ ରାଜ୍ୟଗୁଡ଼ିକରେ ଥିବା ସରକାରଗୁଡ଼ିକର କାର୍ଯ୍ୟକାଳ ବୃଦ୍ଧି ଓ ହ୍ରାସ କରିବା କଥା ଚିନ୍ତା କରାଯାଉଛି। କେଉଁ ରାଜ୍ୟ ସରକାରଙ୍କର କାର୍ଯ୍ୟକାଳ ବୃଦ୍ଧି ଓ କାହାର ହ୍ରାସ କରାଯାଇ ୨୦୨୯ ଲୋକସଭା ନିର୍ବାଚନ ସହ ମେଳ କରାଯାଇ ଏହି ଫର୍ମୁଲା ଲାଗୁ କରାଯିବ ସେ ନେଇ ଅଙ୍କ କଶା ଜାରି ରହିଛି। ଏନେଇ ପିଟିଆଇର ବିଶେଷ ସୂତ୍ରରୁ ସୂଚନା ମିଳିଛି।

ପଢ଼ନ୍ତୁ-ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ ଉଚିତ୍ ନୁହେଁ ବୋଲି କହିଲେ ବିଧି ଆୟୋଗ

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ବିଧି ଆୟୋଗ ୨୦୨୪ ସୁଦ୍ଧା ରିପୋର୍ଟ ଦେବ ବୋଲି ଆଶା କରାଯାଉଥିଲା। ହେଲେ ଏନେଇ କାମ ଚାଲିଛି। ରିପୋର୍ଟରେ ବିଳମ୍ବ ହେବ ବୋଲି ବିଧି ଆୟୋଗ ଅଧ୍ୟକ୍ଷ ଲୁରୁରାଜ ଅୱସ୍ଥି ବୁଧବାର ଗଣାଧ୍ୟମକୁ ସୂଚନା ଦେଇଥିଲେ। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଆଣିବାକୁ ସମ୍ବିଧାନରେ ଆଇନ ଆଣିବାକୁ ଲ କମିଶନ ରିପୋର୍ଟ ପରାମର୍ଶ ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.