ଚନ୍ଦ୍ରପୃଷ୍ଠରେ ନିଦରୁ ଉଠୁନି ଲ୍ୟାଣ୍ଡର୍ ଓ ରୋଭର୍; ଆକ୍ଟିଭ କରିବାକୁ ପ୍ରୟାସ ଜାରି ରଖିବ ଇସ୍ରୋ

Published By : Prameya-News7 Bureau | September 22, 2023 IST

ନୂଆଦିଲ୍ଲୀ, ୨୨/୯: ଇସ୍ରୋ ଦେଲା ଚିନ୍ତାଜନକ ଖବର। ନିଦରୁ ଉଠୁନି ରୋଭର। ସ୍ଲିପ୍‌ ମୋଡ୍‌ରେ ଥିବା ପ୍ରଜ୍ଞା ରୋଭର ଓ ବିକ୍ରମ ଲ୍ୟାଣ୍ଡର ଆକ୍ଟିଭ ମୋଡ୍‌କୁ ଆସୁନି। ଏଯାବତ୍‌ ସୋମାନଙ୍କ ଠାରୁ କୌଣସି ସୂଚନା ଗ୍ରହଣ ହୋଇନି। ଟ୍ୱିଟ୍‌ କରି ସୂଚନା ଦେଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)।

ଏକ୍ସରେ ଟ୍ୱିଟ୍‌ କରି ଇସ୍ରୋ କହିଛି ଯେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର୍‌କୁ ଆକ୍ଟିଭ କରାଇବା ପାଇଁ ଲଗାତାର ଭାବେ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା  ସୋମାନଙ୍କ ଠାରୁ କୌଣସି ସୂଚନା ଗ୍ରହଣ ହୋଇନି। ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ।

wp:html /wp:html

ଗତ ୨ ତାରିଖରେ ଇସ୍ରୋ କହିଥିଲାଯେ- ରୋଭର ନିଜର ମିଶନ ପୂରା କରି ନିଦରେ ଶୋଇ ପଡ଼ିଥିଲା ଅର୍ଥାତ୍ ସ୍ଲିପ୍‌ ମୋଡରେ ରଖାଯାଇଛି। ଏହା ସହିତ ଏପିଏକ୍ସଏସ ଓ ଏଲଆଇବିଏସ ପେଲୋଡକୁ ମଧ୍ୟ ବନ୍ଦ କରାଯାଇଥିଲା। ସେପ୍ଟେମ୍ବର ୨୨ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ପଡ଼ିବ ତାକୁ ରୋଭର ଗ୍ରହଣ କରିପାରିବ ବୋଲି କୁହାଯାଇଥିଲା।

ଇସ୍ରୋ ଆଶା ପ୍ରକାଶ କରିଥିଲା ଯେ, ରୋଭର ପ୍ରଜ୍ଞା ନିଜର ପରବର୍ତ୍ତୀ କାମ ପାଇଁ ସଫଳତାପୂର୍ବକ ସକ୍ରିୟ ହେବ। ଇସ୍ରୋ ସୂଚନା କହିଥିଲା ଯେ କୌଣସି କାରଣବଶତଃ ପରବର୍ତ୍ତୀ ସୂର୍ଯ୍ୟୋଦୟରେ ରୋଭର ନିଦରୁ ନ ଉଠେ କିମ୍ବା ସକ୍ରିୟ ନ ହୁଏ ତେବେ ରୋଭର ସେହି ଅବସ୍ଥାରେ ଭାରତର ରାଜଦୂତ ପରି ସେଠାରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.