ନୂଆଦିଲ୍ଲୀ ୧୭।୬: ସଂଘ ଲୋକସେବା ଆୟୋଗ ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୩ ଫଳ ବାହାରିସାରିଛି। ଏଥିରେ ଯେତିକି ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ଅକୃତକାର୍ଯ୍ୟ ଆଶାୟୀଙ୍କ ସଂଖ୍ୟା ଢେର ଅଧିକ। ହେଲେ ଜଣେ ପ୍ରାର୍ଥୀ ଏଥର ଫାଇନାଲରେ ସିଲେକ୍ସନ ନ ହୋଇ ପାରିବା ଏବେ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ୟୁଜର ଏହି ୟୁପିଏସସି ଆସ୍ପିରାଣ୍ଟଙ୍କ ଅସଫଳତା ପରେ ବି ତାଙ୍କ ହସହସ ମୁହଁ ଓ ସକରାତ୍ମକ ମନଭାବକୁ ଉଚ୍ଚ ପ୍ରଶଂସା କରୁଛନ୍ତି।
ୟୁପିଏସସି ଆସ୍ପିରାଣ୍ଟ କୁଣାଲ ଆର.ଭିରୁଲକର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ନିଜର ଫଟୋ ସେୟାର କରି ଲେଖିଛନ୍ତି ଯେ ୧୨ ପ୍ରୟାସ, ୭ ମେନସ୍, ୫ ଇଣ୍ଟରେଭ୍ୟୁ ନୋ ସିଲେକ୍ସନ। ସେ ସେୟାର କରିଥିବା ଫଟୋରେ ୟୁପିଏସସି ମୁଖ୍ୟାଳୟ, ଦିଲ୍ଲୀ ଫାଟକ ବାହାରେ ଛିଡା ହୋଇଥିବା ଦେଖାଯାଉଛନ୍ତି। ଏହି ପୋଷ୍ଟରେ ସେ ଆଗକୁ ଲେଖିଛନ୍ତି ଯେ ବୋଧେ ଜୀବନର ଅନ୍ୟନାମ ସଂଘର୍ଷ। ଭିରୁଲକରଙ୍କ ସିଲେକ୍ସନ ୨୦୨୨ରେ ମଧ୍ୟ ହୋଇ ନଥିଲା। ସେତେବେଳେ ମଧ୍ୟ ସେ ସୋସିଆଲ ମିଡିଆରେ ଏହିପ୍ରକାର ପୋଷ୍ଟ ଅପଲୋଡ କରିଥିଲେ।
12 attempt
— Kunal R. Virulkar 📝 குணால் (@kunalrv) April 16, 2024
7 main
5 interview
NO SELECTION.
शायद जिंदगी का दूसरा नाम ही संघर्ष हैं ।#UPSC #यूपीएससी pic.twitter.com/FEil9NGJ5l
ସେ ନିଜକୁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ମେଣ୍ଟର ବୋଲି କହୁଛନ୍ତି। ସେ ୧୨ ଥରରେ ବି ସିଲେକ୍ଟ ହୋଇ ନ ପାରିବାରୁ ସୋସିଆଲ ମିଡିଆରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। ଏଥିରେ ଜଣେ ୟୁଜର ଲେଖିଛନ୍ତି ଯେ ‘ସଂଘର୍ଷ ପଥରେ ଯାହା ବି ମିଳିଲା- ଏହା ବି ଠିକ୍ ତାହା ବି ଠିକ୍’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ‘ଜୀବନ ଏବେ ଅଛି କେଉଁଠି, ସବୁ ସମୟତ ଆଟେମ୍ପ୍ଟରେ ଚାଲିଗଲା’। ସେହିପରି ଆଉ ଜଣେ ଲେଖିଛନ୍ତି ଏମିତି ସଂଘର୍ଷ କରୁ ଥାଆନ୍ତୁ ଆପଣଙ୍କୁ ନେଇ ଆମେ ଗର୍ବିତ।
ଆୟୋଗ ସିଭିଲ ସେବା ପରୀକ୍ଷା ୨୦୨୩ରେ ସିଲେକ୍ଟେଡ ୧,୦୧୬ ନାମକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସେବା ନିମନ୍ତେ ସୁପାରିଶ କରିଛନ୍ତି। ତେବେ ୩୫୫ ପ୍ରାର୍ଥୀଙ୍କ ପ୍ରୋଭିଜିନାଲ ଜାରି କରିଛନ୍ତି। ବାକି ପ୍ରର୍ଥୀମାନଙ୍କର ଭେରିଫିକେସନ ପେଣ୍ଡିଂ ରହିଛି। ଉଲ୍ଲେଖଯୋଗ୍ୟ ଯେ ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ୨୦୨୩ର ଆୟୋଜନ ଗତ ୧୫ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।