ତିନି ମାସ ହେଲା ମିଳୁନି ଦରମା, ଦାବି ପୂରଣ ନହେଲେ ୧୩ରୁ ଆନ୍ଦୋଳନ ଚେତାବନୀ
9/09/2022 at 12:49 PM

କୋରାପୁଟ ୦୯/୦୯: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ପାରାମେଡିକାଲ ଷ୍ଟାଫଙ୍କ ମିଳିନାହିଁ ତିନି ମାସର ଦରମା । ତୁରନ୍ତ ଦରମା ପ୍ରଦାନ କରାନଗଲେ ଆଶନ୍ତା ୧୩ତାରିଖରୁ ଚେତାବନୀ । ବାରମ୍ବାର ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ସୁଦ୍ଧା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ସ୍ବଳ୍ପ ଦରମାରେ କାମ କରୁଛୁ ମାସାଧିକ କାଳ ଦରମା ମିଳିନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଦରମା ପ୍ରଦାନ କରିବାକୁ ଦାବି କରି ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ଅନ୍ୟପଟେ ବିଲ୍ ହେଇଯାଇଛି ଯଥାଶୀଘ୍ର ଦରମା ପ୍ରଦାନ କରାଯିବ କହିଛନ୍ତି ଅଧିକ୍ଷକ ଶିତାରାମ ମହାପାତ୍ର । ତେବେ ବାରମ୍ବାର ପ୍ରତିଶୃତି ଦେଇ ମେଡିକାଲ କର୍ତ୍ତୃପକ୍ଷ ଠକି ଚାଲିଥିବା ଅଭିଯୋଗ କରିଛନ୍ତି ପାରା ମେଡିକାଲ ଷ୍ଟାଫ । ସାମ୍ବାଦିକ ସମ୍ମିଳନୀ ରେ ନର୍ସିଂ ଏସୋସିଏସନ ସଭାପତି, ଉପସଭାପତି, ସମ୍ପାଦକ ସହ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ ।