ଧାମନଗର ଉପନିର୍ବାଚନ: ରାସ୍ତା ନଥିବାରୁ ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ

Published By : Prameya-News7 Bureau | October 22, 2022 IST

ଭଦ୍ରକ ୨୨/୧୦: ରାସ୍ତା ନାହିଁ ତ ଭୋଟ ନାହିଁ । ଏମିତି କହିଛନ୍ତି ଧାମନଗର ନିର୍ବାଚନମଣ୍ଡଳୀ ଅଧିନ ଦୋଳସାହି ପଞ୍ଚାୟତ ରାଢଙ୍ଗ ମାଝୀ ସାହି ବାସି । ଏମିତିକି ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଲୋକେ ।

ସେମାନଙ୍କର ଦାବି ମାଝୀ ସାହି ଗାଁକୁ ରାସ୍ତା ନାହିଁ । ଫଳରେ ଆମେ ଆଗକୁ ହେବାକୁ ଥିବା ଧାମନଗର ଉପନିର୍ବାଚନରେ ଭୋଟ ଦେବୁନି । ଗାଜିପୁର ଓ ରାଢଙ୍ଗ ଗାଁ ଲୋକ ଏମିତି ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ।

ଗତ କିଛି ବର୍ଷ ହେବ ଏଠାରେ ରାସ୍ତା ନଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ୱାର ଦାବି ବି ହୋଇଛି । ହେଲେ ପ୍ରଶାସନ ନଶୁଣିବାରୁ ଲୋକେ ଏଭଳି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.