ଶବ ଖୋଜୁଛି ମଶାଣି ରାସ୍ତା,ବର୍ଷା ଦିନେ ବାଜିରେ ଲାଗୁଛି ଜୀବନ
14/08/2023 at 11:59 AM

କୋରାପୁଟ ୧୪/୦୮: ମଶାଣି ଯିବାକୁ ଶବ ଖୋଜୁଛି ରାସ୍ତା । ବର୍ଷା ଦିନେ ଜୀବନକୁ ବାଜି ଲଗାଇ ଭରା ନଦୀ ପାରି ହେବାକୁ ପଡୁଛି । ଏଭଳି ଦୁର୍ଦ୍ଦଶା ଭୋଗି ଆସୁଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧିନସ୍ଥ ପଝାର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜି ଜଣେ ଗାଁର ୭୫ ବର୍ଷିଆ ବୃଦ୍ଧାଙ୍କ ମୃତ୍ୟୁ ପରେ ମରଶରୀରକୁ ଧରି ଶ୍ମଶାନରେ ନିଆ ଯାଉଥିଲା । ସାଙ୍ଗରେ ଥିଲେ, ନିଜ ପରିଜନ, ସମ୍ପର୍କୀୟ, ବନ୍ଧୁ ବାନ୍ଧବ ସହ ଗ୍ରାମବାସୀ। ହେଲେ ରାସ୍ତା ସୁବିଧା ନ ଥିବାରୁ ବହୁ କଷ୍ଟରେ ଶବ ଧରି ନଦୀ ପାରି କରି ମଶାଣି କୁ ନେଇଥିଲେ ।
ଭରା ନଦୀରେ ବହୁ କଷ୍ଟରେ ଜୀବନକୁ ବାଜି ଲଗାଇ ନଦୀ ପାରି କରି ଶବ ସତ୍କାର କରିବାକୁ ପଡୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଗ୍ରାମ ବାସୀ ଦୁର୍ଦ୍ଦଶା ଭୋଗୁଥିଵା କହିଛନ୍ତି ଗ୍ରାମବାସୀ ।
you can also read…