ରାସ୍ତା ନାହିଁ ହେଲେ କାଗଜ ପତ୍ରରେ କାମ ସରିଥିଲା - ଦୁର୍ନିତୀ ଅଭିଯୋଗରେ ଯନ୍ତ୍ରୀ ଓ ଠିକାଦାରଙ୍କୁ ୩ ବର୍ଷ ଜେଲ୍‌

Published By : Prameya-News7 Bureau | February 29, 2020 IST

ଜୟପୁର ୨୯।୦୨-କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପଞ୍ଚାୟତରେ ରାସ୍ତା ଓ କ୍ରସ୍ ଡ୍ରେନ୍ ନିର୍ମାଣ ହୋଇନଥିଲା କିନ୍ତୁ ମିଛ କାଗଜପତ୍ରରେ ଏବାବଦ ଅର୍ଥ ଆତ୍ମସାତ୍ ହୋଇଥିଲା । ଏନେଇ ଭିଜିଲାନ୍ସ ତଦନ୍ତ କରି କୋର୍ଟରେ ମାମଲା ଦାୟର କରିଥିଲା । ଏହି ମାମଲାର ବିଚାର କରି ଆଜି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର ରାୟ ଶୁଣାଇଛନ୍ତି ।

ତତ୍କାଳୀନ ବ୍ଲକ୍ ଜେଇ ତଥା ଏବେର ନାରାୟଣପାଟଣା ବ୍ଲକର ସହାୟକ ଯନ୍ତ୍ରୀ ସୁରେଶ କୁମାର ବେହେରା ଓ ଠିକାଦାର ସେଖ୍ ଗଫୁରଙ୍କୁ ଏହି ମାମଲାରେ ୩ ବର୍ଷ ୬ ମାସ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ ।

ଏଥିସହ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ୫ ଲକ୍ଷ ୨୦ ହଜାର ଟଙ୍କା ଓ ଠିକାଦାର ଗଫୁରଙ୍କୁ ୪ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଆଦାୟ ନହେଲେ ଅଧିକ ୬ ମାସ ଲେଖାଏଁ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.