ସିସିଟିଭି ଲଗାଇ ପଡୋଶୀ ଯଦି ରଖୁଛନ୍ତି ନଜର, କରନ୍ତୁ ବିରୋଧ, ହାଇକୋର୍ଟ ଦେଲେ ଏହି ରାୟ

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ: ପଡୋଶୀ ଘର ଉପରେ ନଜର ରଖିବା ପାଇଁ ସୁରକ୍ଷା ନାଁରେ କୌଣସି ବ୍ୟକ୍ତି ସିସିଟିଭି ଲଗାଇ ପାରିବେ ନାହିଁ । କେରଳ ହାଇକୋର୍ଟ ନିଜ ଆଦେଶରେ କହିଛନ୍ତି ଯେ ସୁରକ୍ଷା ନାଁରେ କୌଣସି ବ୍ୟକ୍ତିଙ୍କୁ ପଡୋଶୀ ଉପରେ ନଜର ରଖିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ରାଜ୍ୟ ସରକରାଙ୍କ ପରାମର୍ଶ ନେଇ ସିସିଟିଭି କ୍ୟାମେରାର ଦୁରୁପଯୋଗ ରୋକିବା ପାଇଁ ଗାଇଡଲାଇନ୍ସ ପ୍ରସ୍ତୁତ କରିବା ପାଇଁ ଜଷ୍ଟିସ୍ ଭିଜି ଅରୁଣା ରାଜ୍ୟର ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଚିର ଚେରନଲ୍ଲୁରର ଜଣେ ୪୬ ବର୍ଷୀୟା ମହିଳା ନିଜ ଘର ଆଡକୁ ପଡୋଶୀଙ୍କ ଦ୍ୱାରା ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କ୍ୟାମେରା ମହିଳାଙ୍କ ଘର ଏବଂ ଅଗଣା ଆଡକୁ ଥିଲା । ମହିଳା ଜଣଙ୍କ ଏହାକୁ ତାଙ୍କର ଗୋପନୀୟତାର ଅଧିକାରର ଉଲ୍ଲଂଘନ କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାମଲା ଶୁଣାଣି କରି ରାଜ୍ୟ ପୋଲିସ ମୁଖିଆଙ୍କୁ କେସରେ ଗୋଟିଏ ପକ୍ଷ କରିଥିଲେ । ଏବେ ଏହି ମାମଲା ଉପରେ ଶୁଣାଣି ଗୋଟିଏ ମାସ ପରେ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.