ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ବିହାରରେ ନୀତୀଶଙ୍କ ସହ ପୁଣି ମେଣ୍ଟ କରିବ କି ବିଜେପି ?

30/01/2023 at 8:15 AM

ପାଟନା: ବିହାରରେ ନୀତୀଶ କୁମାରଙ୍କ ସହ ଆଉ ମେଣ୍ଟ ହେବନି। ତାଙ୍କ ଲୋକପ୍ରିୟତା ନଥିବାରୁ ବିଜେପି ପୁଣିଥରେ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ରବିବାର ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୈଶ୍ୱାଲ କହିଛନ୍ତି। ବିହାର ଦରଭଙ୍ଗା ଜିଲ୍ଲାରେ ପାର୍ଟିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଏପରି କହିଛନ୍ତି ରାଜ୍ୟ ବିଜେପି ମୁଖିଆ।   

ସେ କହିଛନ୍ତି “ମେଣ୍ଟ ନେଇ ଆମ ନେତାଙ୍କ ଭିତରେ ଯେଉଁ ଗୁଜବ ରହିଛି ସେଥିରେ ରୋକ ଲଗାଇବାକୁ କହୁଛୁ। ତେବେ ହଁ ପେଣ୍ଡୁଲମ ପରି ମୁଖ୍ୟମନ୍ତ୍ରୀଙ୍କର ଏପାଖସେପାଖ ହେବାର ଗୁଣ ରହିଛି। ହେଲେ ଆମ ପୁଣିଥରେ ତାଙ୍କ ଦ୍ୱାରା ଧୋକାର ଶିକାର ହେବୁନି।”

ଗତ ନିର୍ବାଚନରେ ବିଜେପି ସର୍ବାଧିକ ଆସନ ଜିତିଥିବା ବେଳେ ନୀତୀଶ କୁମାରଙ୍କ ଦଳ ବିଜେପି ସହ ମିଶି ସରକାର ଗଢ଼ିଥିଲେ। ହେଲେ ବିଜେପି ସହ ନ ପଟିବାରୁ ସେ ପୁଣି ଆର୍‌ଜେଡି ସହ ମିଶିଗଲେ। ଫଳରେ ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ ହୋଇଯାଇଛି।

ଏନେଇ ଜୈଶ୍ୱାଲ କହିଛନ୍ତି “ ନୀତୀଶ କୁମାର ଆଉ ଲୋକପ୍ରିୟ ନୁହଁନ୍ତି। ଏଥିପାଇଁ ତାଙ୍କ ଦଳ ଜେଡିୟୁ ୨୦୨୦ ନିର୍ବାଚନରେ ଖରାପ ପ୍ରଦର୍ଶନ କଲା ଆମେ ଭଲ ପ୍ରଦର୍ଶନ କରିଥିଲୁ।”

ଜୈଶ୍ୱାଲା କହିଛନ୍ତି “ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ ନିଷ୍ପତ୍ତି ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦାରତା ଦେଖାଇ ପ୍ରତିଶ୍ରୁତିରେ ଦୃଢ଼ ରହିଥିଲେ। ହେଲେ ନୀତୀଶ ଏହାକୁ ଶେଷ କରି ବିରୋଧୀ ଦଳରେ ଯାଇ କ୍ଷମତା ଭୋଗ କରୁଛନ୍ତି। ସେ ଜଣେ ଅଭ୍ୟାସଗତ ଧୋକାବାଜ। ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଯେଉଁ ବିଶ୍ୱାସ ଓ ଭରସା କଲେ ନୀତୀଶ ତାର ଫାଇଦା ଉଠାଇଲେ।”

ଅନ୍ୟପଟେ ବିଜେପି ଉପରେ ଫାଟ ସୃଷ୍ଟି କରିବାର ଅଭିଯୋଗ ଲଗାଇଛନ୍ତି ଜେଡିୟୁ। ବିଜେପି ତା ପୁରୁଣା ସହଯୋଗୀ ଆର୍‌ସିପି ସିଂହଙ୍କ ସହ ମିଶି ଜେଡିୟୁରେ ଫାଟ ସୃଷ୍ଟି କରୁଥିଲା। ଚିରାଗ ପାଶ୍‌ୱାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ସହ ମିଶି ବିଜେପି ହଙ୍ଗାମା କରୁଥିଲା ବୋଲି ଜେଡିୟୁ କହିଛି।  

ଏବେ ରାଜ୍ୟରେ ବିଜେପି ଆଉ ନୀତୀଶଙ୍କ ସହ ମେଣ୍ଟ କରିବନି। ପରବର୍ତି ନିର୍ବାଚନରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବ। ଆସନ୍ତା ବର୍ଷ ଥିବା ଲୋକସଭା ନିର୍ବାଚନରେ ଦଳ ୪୦ ଆସନରୁ ୩୫ ଟି ଆସନ ହାତେଇବାକୁ ଯୋଜନା କରୁଛି ବୋଲି ଜୈଶ୍ୱାଲ କହିଛନ୍ତି।

   Related Posts