କର୍ଣ୍ଣାଟକରେ ମୁସଲମାନ ଛାତ୍ରୀଙ୍କ ପାଇଁ ଖୋଲିବ ଅଲଗା କଲେଜ୍ !, ମୁଖ୍ୟମନ୍ତ୍ରୀ କହିଲେ...

Published By : Prameya-News7 Bureau | December 02, 2022 IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁସଲମାନ ଛାତ୍ରୀଙ୍କ ପାଇଁ ଅଲଗା ୧୦ ଟି କଲେଜ ଖୋଲିବା ଖବରକୁ ଗୁଜବ କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ମୁଖ୍ୟମନ୍ତ୍ରୀ ଅଲଗା କଲେଜ୍ କୋଲିବା ନେଇ ୱାକଫ୍ ବୋର୍ଡକୁ ଅନୁମତି ଦେଇଥିବା ଖବର ପ୍ରକାଶ ପାଇଥିଲା। ଆଜି ଏହା ଉପରେ ପ୍ରତିକ୍ରିୟା ଦେଇ ବୋମାଇ କହିଛନ୍ତି, ଏଭଳି କୌଣସି ଆଲୋଚନା ହୋଇ ନାହିଁ କି ଅନୁମତି ଦିଆଯାଇ ନାହିଁ।

କିଛି ଦକ୍ଷିଣ ପନ୍ଥୀ ସଂଗଠନ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଜବାବ ଦେଇ ବୋମାଇ କହିଥିଲେ ଯେ କଲେଜ୍ ଖୋଲିବା ୱାକଫ୍ ବୋର୍ଡର ଅନ୍ତର୍ନିହିତ ଇଚ୍ଛା ହେଇପାରେ। ହେଲେ ସରକାରଙ୍କର ଏଥିରେ କୌଣସି ମତ ନାହିଁ।

ସତରେ କଣ ମୁସ୍ଲିମ ଛାତ୍ରୀଙ୍କ ପାଇଁ ନୂଆ ଓ ଅଲଗା କଲେଜ୍ ଖୋଲିବାକୁ ସରକାର ୱାକଫ୍ ବୋର୍ଡକୁ ଅନୁମତି ଦେଇଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ବୋମାଇ କହିଛନ୍ତି “ ଜାଣିନି। ଏହା ବୋଧ୍‌ହୁଏ ତାଙ୍କର(ୱାକ୍‌ଅଫ୍ ବୋର୍ଡ) ବ୍ୟକ୍ତିଗତ ମତ ଥିବା। ଏନେଇ ଆମ ସହତି ଆଲୋଚନା ହୋଇ ନାହିଁ କି ଏହା ଆମ ସରକାରଙ୍କର ଆଭିମୁଖ୍ୟ ନୁହେଁ। ଯଦି ସେମିତି କିଛି ଅଛି ତେବେ ୱାକ୍‌ଅଫ୍ ବୋର୍ଡର ଚେୟାରମେନ୍ ଆସି ମୋ ସହ କଥା ହୁଅନ୍ତୁ।”

ନିକଟରେ କର୍ଣ୍ଣାଟକ ୱାକଫ୍ ବୋର୍ଡ ଚେୟାରମ୍ୟାନ୍ ମୌଲାନା ଶାଫ୍ତି ସାଦୀ ମୁସଲମାନ ଛାତ୍ରୀଙ୍କ ପାଇଁ ଅଲଗା କଲେଜ୍ ଖୋଲିବା ନେଇ ଘୋଷଣା କରିଥିଲେ। ସେ କହିଥିଲେ “ ବିଭିନ୍ନ ଜିଲ୍ଲାରେ ଝିଅମାନଙ୍କ ପାଇଁ ୧୦ଟି କଲେଜ୍ କୋଲିବ। ପ୍ରତି କଲେଜ୍ ପିଛା ୨.୫ କୋଟି ଖର୍ଚ୍ଚ ହେବ। ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଜୋଲ୍ଲେ ଆଇନଗତ ଅନୁମତି ଦେଇଛନ୍ତି।” ଯାହାକୁ ନେଇ ବିବାଦ ଦେଖାଦେବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.