oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ମାସ୍କ ସମ୍ପର୍କରେ ଅଭିଯୋଗକୁ ମିଛ ପ୍ରମାଣିତ କଲେ ଡାକ୍ତର, ନିଜେ ମାସ୍କ ପିନ୍ଧି ୩୫ କିମି ଦୌଡିଲେ, କହିଲେ କ’ଣ ହେଲା ପରିଣାମ ?

10/08/2020 at 3:12 PM

ନୂଆଦିଲ୍ଲୀ, ୧୦|୦୮:  କରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱବାସୀ ମାସ୍କ ପରିଧାନ କରୁଛନ୍ତି । କିନ୍ତୁ କିଛି ଲୋକ ମାସ୍କ ପିନ୍ଧିବାକୁ ବିରୋଧ କରୁଛନ୍ତି । ଏପରି ଲୋକଙ୍କୁ ଜବାବ ଦେବାକୁ ଜଣେ ଡାକ୍ତର ମାସ୍କ ପିନ୍ଧି ପ୍ରାୟ ୩୫ କିମି ଦୌଡିଛନ୍ତି ।

ବ୍ରିଟେନର ଜଣେ ଡାକ୍ତର ମାସ୍କ ପରିଧାନ କରି ୩୫ କିମି ଦୌଡିଛନ୍ତି । ଏହି ସମୟରେ ସେ ଏକ ଯନ୍ତ୍ର ସାହାଯ୍ୟରେ ଅକ୍ସିଜେନ୍ ଲେବଲର ମଧ୍ୟ ଯାଞ୍ଚ କରିଛନ୍ତି । ସିଏନଏନର ରିପୋର୍ଟ ଅନୁସାରେ, ଡାକ୍ତର ଟମ୍ ଲଣ୍ଟନ୍ କହିଛନ୍ତି ଯେ, ମାସ୍କ ପିନ୍ଧି ଦୌଡିଥିଲେ ମଧ୍ୟ ଅକ୍ସିଜେନ୍ ସ୍ତରରେ କୌଣସି ହ୍ରାସ ପରିଲକ୍ଷିତ ହୋଇନଥିଲା ।

ଆଇସିୟୁରେ କାମ କରୁଥିବା ଲଣ୍ଟନ୍ କହିଛନ୍ତି ଯେ, ଦୌଡିବା ସମୟରେ ତାଙ୍କର ଅମ୍ଳଜାନ ସ୍ତର ୯୮ ପ୍ରତିଶତ ଥିଲା । ଲୋକ ବୁଝନ୍ତୁ ଯେ ମାସ୍କ ପିନ୍ଧିବା ସୁରକ୍ଷିତ । ଏହା କରୋନା ଭାଇରସକୁ ରୋକିବାରେ ଜରୁରୀ । ତେବେ ଅନେକ ଦେଶରେ ଲୋକମାନେ ମାସ୍କକୁ ବାଧ୍ୟତାମୂଳକ କରିବାରୁ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ନିୟମକୁ ନାପସନ୍ଦ ମଧ୍ୟ କରୁଛନ୍ତି ।

ଲଣ୍ଟନ୍ ଆହୁରି କହିଛନ୍ତି ଯେ, ଅନେକ ଲୋକ ଘରେ ମାସ୍କ ପିନ୍ଧି ବସିବା ସହ ସେମାନଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଉଥିବା ଅଭିଯୋଗ କରିଥାନ୍ତି । ସେ କିନ୍ତୁ ଦୌଡିବା ବେଲେ ତିନୋଟି ଲେୟାର ଥିବା ମାସ୍କ ପରିଧାନ କରିଥିଲେ । କିନ୍ତୁ ସେ କୌଣସି ସମସ୍ୟାର ସମ୍ମୁଖୀନ କରିନଥିଲେ ।

   Related Posts