ICC ଟ୍ରଫି ଜିତିବାକୁ ଖେଳାଳି ଆଦୌ ଚାପରେ ନାହାନ୍ତି: ଫାଇନାଲ ପୂର୍ବରୁ ରାହୁଲ ଦ୍ରାବିଡ

Published By : Prameya-News7 Bureau | June 05, 2023 IST

ନୂଆଦିଲ୍ଲୀ : ଗତ ୧୦ ବର୍ଷ ହେବ ଭାରତୀୟ ଦଳ ଆଇସିସି ଟ୍ରଫି ଜିତି ପାରି ନାହିଁ। ଦଳ ଏହି ସମୟରେ ଅନେକ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଖେଳିଥିଲେ ମଧ୍ୟ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରି ପାରିନାହିଁ। ଜୁନ ୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଦି ଓଭାଲରେ ଟେଷ୍ଟ ଫାଇନାଲ ଖେଳିବ ରୋହିତ ବାହିନୀ । ଶେଷ ଥର ପାଇଁ ୨୦୧୩ ମସିହାରେ ଆଇସିସି ଚାମ୍ପିୟନସ୍‌ ଟ୍ରଫି ଜିତିଥିଲା ଭାରତୀୟ ଦଳ । ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ଜିତି ୧୦ ବର୍ଷ ପରେ ଆଇସିସି ଟ୍ରଫି ହାତେଇବାକୁ ଜୋରଦାର କସରତ୍‌ କରୁଛି ଭାରତୀୟ ଦଳ।

ଟେଷ୍ଟ ଫାଇନାଲ ପୂର୍ବରୁ  ପ୍ରେସ୍‌ କନଫରେନ୍ସ କରି ରାହୁଲ ଦ୍ରାବିଡ଼ କହିଛନ୍ତି, ଆଇସିସି ଟ୍ରଫି ପାଇଁ ଦଳର କୌଣସି ଖେଳାଳି ଆଦୌ ଚାପରେ ନାହାନ୍ତି । ଆଇସିସି ଟ୍ରଫି ଜିତିବା ଏକ ସୁଖଦ ଅନୁଭବ କିନ୍ତୁ ଆମେ ଟ୍ରଫି ଜିତିବା ଚାପରେ ନାହୁଁ । ଗତ ୨ ବର୍ଷ ହେଲା ଦଳ ଦମଦାର ପ୍ରଦର୍ଶନ କରିଆସୁଛି। ତେଣୁ ଆମେ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵ ଟେଷ୍ଟଚାମ୍ପିଅନସିପ୍‌ ଫାଇନାଲ ଖେଳୁଛୁ'।

WTC Final 2023 Indian Cricket Team Have Reached London's Kennington Oval  For Match See Photo

ଦ୍ରାବିଡ କହିଛନ୍ତି, ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିଲା । ଷ୍ଟାର ବ୍ୟାଟର ଆଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରାହୁଲ ଦ୍ରାବିଡ । ସେ କହିଛନ୍ତି, ଆଜିଙ୍କ୍ୟ ରାହାଣେ ଦଳରେ ରହିବା ବହୁତ ଭଲ । ଅବଶ୍ୟ ଦଳର ଜଣେ ଖେଳାଳି ଆହତ କାରଣରୁ ରାହାଣେ ସାମିଲ ହୋଇଛନ୍ତି । କିନ୍ତୁ ଇଂଲଣ୍ଡ ପିଚରେ ତାଙ୍କ ଭଳି ଖେଳାଳି ଦଳରେ ରହିବା ଆବଶ୍ୟକ । କାରଣ ପୂର୍ବରୁ ସେ ଇଂଲଣ୍ଡରେ ଦମଦାର ଇନିଂସ ଖେଳିଥିବାର ନଜିର ରହିଛି'।

It's not written in stone...': Dravid on Rahane's India comeback for WTC  final | Cricket - Hindustan Times

ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ୍‌. ଭରତ, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ ଓ ଇଶାନ କିଷନ।

ଷ୍ଟାଣ୍ଡବାଏ କ୍ରିକେଟର: ଯଶସ୍ଵୀ ଜୟସଓ୍ଵାଲ, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବ।

wp:heading {"level":4}

ଏ ଖବର ପଢନ୍ତୁ- ଓଭାଲରେ ଭଲ ନାହିଁ ଭାରତୀୟ ଦଳର ରେକର୍ଡ, WTC ଫାଇନାଲ୍ ଜିତିବା ସହଜ ନୁହେଁ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.