ଆନନ୍ଦପୁରର ବିଭିନ୍ନ ମାର୍କେଟ୍‌ରୁ ଆଳୁ ଗାଏବ, ପଚାସଢା ଓ ଅତି ଛୋଟ ଛୋଟ ଆଳୁକୁ ଚଢା ଦରରେ ବିକୁଛନ୍ତି ଦୋକାନୀ

Published By : Prameya-News7 Bureau | August 06, 2024 IST

ଆନନ୍ଦପୁର ୬: ଆନନ୍ଦପୁରରେ ମିଳୁନାହିଁ ଆଳୁ । ଖୁଚୁରା ଦୋକାନ କିମ୍ବା ଗୋଦାମ କେଉଁ ଠାରେ ବି ନାହିଁ ଆଳୁ । ଫଳରେ ଅଳୁ ପାଇଁ ଖାଉଟି ହେଉଛନ୍ତି ହନ୍ତସନ୍ତ । ମଙ୍ଗଳବାର ସକାଳୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଆନନ୍ଦପୁର ଅଞ୍ଚଳରେ ଥିବା ବିଭିନ୍ନ ମାର୍କେଟରେ । ଆଳୁ କିଣିବାକୁ ଘରୁ ବାହାରିଥିବା ଲୋକ ନିରାଶ ହୋଇ ଘରକୁ ଫେରୁଛି । ଅନ୍ଯପଟେ ଯଦି କାଁ ଭାଁ କେଉଁ ଖୁଚୁରା ଦୋକାନରେ ଆଳୁ ରହିଛି ସେ ପୁଣି ଖାଇବା ଅନୁପଯେଗୀ । ପଚାସଢା ଓ ଅତି ଛୋଟ ଛୋଟ ଆଳୁକୁ ଚଢା ଦର ୪୦ଟଙ୍କାରେ ବିକୁଛନ୍ତି ଦୋକାନୀ । 

ଆନନ୍ଦପୁର ଆଳୁ ଗୋଦାମ ମାଲିକମାନେ ନିର୍ଭର କରିଥାନ୍ତି ଭଦ୍ରକ ଓ ଯାଜପୁରର ହୋଲସେଲ ଗୋଦାମ ଉପରେ । ତେବେ ଭଦ୍ରକ ଓ ଯାଜପୁର ଗୋଦାମରେ ଆଳୁ ନଥିବା ଆନନ୍ଦପୁରକୁ ଆଳୁ ଆସିପାରୁନଥିବା କହିଛନ୍ତି ଗୋଦାମ ମାଲିକ । ତେବେ ଆନନ୍ଦପୁରକୁ କେବେ ଆଳୁ ଆସିବ ଓ ଆଳୁ ମାର୍କେଟ୍ ସ୍ବାଭାବିକ ହେବ ତାହା ମଧ୍ଯ କେହି କହିପାରୁ ନାହାଁନ୍ତି ।

You Can Read:

ଶ୍ବଶୁର ଘରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.