ଏଣିକି କରୋନା ଆକ୍ରାନ୍ତଙ୍କ ଘର ସାମ୍ନାରେ ଆଉ ଲାଗିବ ନାହିଁ ପୋଷ୍ଟର: ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ସଚିବ
2/12/2020 at 7:31 PM

ଭୁବନେଶ୍ୱର୨/୧୨: ଏଣିକି କରୋନା ଆକ୍ରାନ୍ତଙ୍କ ଘର ସାମ୍ନାରେ ଆଉ ଲାଗିବ ନାହିଁ ପୋଷ୍ଟର। ଯେଉଁମାନେ ଘରୋଇ ସଂଗରୋଧରେ ରହୁଥିଲେ, ସେମାନଙ୍କ ଘର ସାମ୍ନାରେ ବିଏମ୍ସି ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୋଷ୍ଟର ଲଗାଯାଉଥିଲା। କିନ୍ତୁ ଏବେ ଯେଉଁମାନେ ସଙ୍ଗରୋଧରେ ରହିବେ, ସେମାନଙ୍କ ଘର ସାମ୍ନାରେ ପୋଷ୍ଟର ଲାଗିବ ନାହିଁ। ଏ ନେଇ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ । ରାଜ୍ୟରେ ଦ୍ରୁତଗତିରେ କୋଭିଡ ଆକ୍ରାନ୍ତ ହ୍ରାସ ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ପ୍ରଦୀପ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023