ଚୀନକୁ ଫେରିବାର ପ୍ରଶ୍ନ ଉଠୁନାହିଁ, ଭାରତ ମୋ ପାଇଁ ସବୁଠାରୁ ସର୍ବୋତ୍ତମ ସ୍ଥାନ: ଦଲାଇ ଲାମା
19/12/2022 at 2:02 PM

ନୂଆଦିଲ୍ଲୀ:ଚୀନକୁ ଫେରିବାର ପ୍ରଶ୍ନ ଉଠୁନାହିଁ। ମୁଁ ଭାରତରେ ରହିବି। ଭାରତ ହିଁ ସର୍ବୋତ୍ତମ ସ୍ଥାନ ବୋଲି କହିଛନ୍ତି ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା। ସୋମବାର(ଡିସେମ୍ବର ୧୯) ସକାଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଲାଇ ଲାମା ଏପରି କହିଛନ୍ତି। ସୋମବାର ସକାଳେ ହିମାଚଳ କାଂଗ୍ରାରେ ମିଡିଆ କର୍ମୀଙ୍କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଦଲାଇଲାମା
#WATCH | Kangra, Himachal Pradesh: Dalai Lama says, “…There is no point in returning to China. I prefer India. That’s the place. Kangra – Pandit Nehru’s choice, this place is my permanent residence…” pic.twitter.com/Wr6dGEPIIx
— ANI (@ANI) December 19, 2022
ଦଲାଇ ଲାମା କହିଛନ୍ତି ଯେ ହିମାଚଳ ପ୍ରଦେଶର କାଙ୍ଗରା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁଙ୍କର ପ୍ରିୟ ସ୍ଥାନ ଥିଲା। ବର୍ତ୍ତମାନ ଏହି ସ୍ଥାନ ମୋର ସ୍ଥାୟୀ ବାସସ୍ଥାନ ହୋଇଯାଇଛି ବୋଲି ଦଲାଇ ଲାମା କହିଛନ୍ତି। ତେବେ ଚୀନର ପରିସ୍ଥିତି ନେଇ ତାଙ୍କୁ ପ୍ରଶ୍ନ କରିବାରୁ ଦଲାଇ ଲାମା କହିଛନ୍ତି ଯେ ସ୍ଥିତି ସୁଧୁରୁଛି। ଏବଂ ଏହା ଆହୁରି ନମନୀୟ ହେବା ଦରକାର। ତିବ୍ବତର ୧୪ ତମ ଦଲାଇଲାମାa ୧୯୫୯ ମସିହାରୁ ହିମାଚଳ ପ୍ରଦେଶର ଧର୍ମଶାଳାରେ ରହିଆସୁଛନ୍ତି।