ଚାନ୍ଦବାଲିରେ ଛାତ୍ରଛାତ୍ରୀଙ୍କ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

Published By : Prameya-News7 Bureau | October 02, 2018 IST

ଚାନ୍ଦବାଲି ୨/୧୦ : ପବିତ୍ର ଗାନ୍ଦି ଜୟନ୍ତୀ ଅବସରରେ ଚାନ୍ଦବାଲି ବ୍ଲକ ସର୍ବପୁରାତନ ଦାଖା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ଲାଟିକ ମୁକ୍ତ ଅଭିଯାନ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ଲାଟିକ ମୁକ୍ତ ଏକ ସଚେତନତା ରାଲି କରି ସହର ପରିକ୍ରମା କରାଯାଇ ପ୍ଲାଟିକ ବ୍ୟବହାରର ହାନିକାରକ ସଂପର୍କରେ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା । ପରେ ବିଦ୍ୟାଳୟରେ ଛାତ୍ରଛାତୀ ମାନେ ବିଦ୍ୟାଳୟରେ ପହଂଚି ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତୀ ଏବଂ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ପିଲାମାନଙ୍କୁ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.