ରୋହିଙ୍ଗିଆଙ୍କୁ EWS ଫ୍ଲାଟ୍ ଦିଆଯାଇ ନାହିଁ, ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶ

Published By : Prameya-News7 Bureau | August 17, 2022 IST

ନୂଆଦିଲ୍ଲୀ: ରୋହିଙ୍ଗିଆ ମୁସଲମାନଙ୍କୁ ତାଙ୍କ ଦେଶକୁ ଫେରାଇ ନ ଦେବା ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କେନ୍ଦ୍ର ରଖିବାକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହମନ୍ତ୍ରାଳୟ। ହେଲେ ସେମାନଙ୍କୁ କେଉଁଠି ରଖାଯିବା ଦିଲ୍ଲୀ ସରକାର ଏନେଇ ସ୍ଥାନ କହି ନାହାନ୍ତି। ତେଣୁ ତରନ୍ତ ସେମାନାଙ୍କ ଥଇଥାନର ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ବେଆଇନ ଭାବେ ଦେଶକୁ ପଶି ଆସିଥିବା ରୋହିଙ୍ଗିଆଙ୍କୁ ନେଇ କିଛି ମିଡିଆରେ ଖବର ପ୍ରକାଶ ପାଉଛି ଯେ ସେମାନଙ୍କ ପାଇଁ ରହିବାକୁ ଦିଲ୍ଲୀର ବକ୍କରୱାଲାରେ EWS ଫ୍ଲାଟ୍ ଯୋଗାଇ ଦିଆଯାଇଛି। ଏକଥା କୌଣସି ସତ୍ୟତା ନାହିଁ। ସ୍ପଷ୍ଟ କରାଯାଉଛି ଯେ ଗୃହମନ୍ତ୍ରାଳୟ ପକ୍ଷରୁ ଏଭଳି କୌଣସି ଅନୁମତି ଦିଆଯାଇନାହିଁ। ବୁଧବାର ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟୀକରଣ ଦିଆଯାଛି।

ଏନେଇ ଏକାଧିକ ଟ୍ୱିଟ୍‌ରେ ଗୃହମନ୍ତ୍ରାଳୟ କହିଛି ଯେ ରୋହିଙ୍ଗିଆଙ୍କୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇ ନାହିଁ। ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିବାକୁ କୁହାଯାଇଛି। ଗୃହମନ୍ତ୍ରାଳୟ କହିଛି “ ଦିଲ୍ଲୀ ସରକାର ରୋହିଙ୍ଗିଆଙ୍କୁ ଏକ ନୂଆ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ହେଲେ ସରକାର ଦିଲ୍ଲୀ ସରକାରଙ୍କୁ ପୁରୁଣା ସ୍ଥାନରେ ରହିବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରୋହିଙ୍ଗିଆଙ୍କୁ ଫେରାଇ ଦେବାକୁ ଉକ୍ତ ଦେଶ ସହ ଆଲୋଚନା ଜାରି ରହିଛି। ”  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.