ଭୁବନେଶ୍ବର ୨୬।୧୧ : ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ବିଜେପି ନେତ୍ରୀ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।
{"id":190061,"sizeSlug":"large"}
ସେ କହିଛନ୍ତି ଯେ, ରତ୍ନଭଣ୍ଡାର ରତ୍ନକୁ ତନଖି କରିବା ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ । ୧୯୭୮ରେ ରତ୍ନଭଣ୍ଡାରର ତାଲିକା କରାଯାଇଥିବା ସୁନା ରୂପା ଆଦି ସାମଗ୍ରୀ ସୁରକ୍ଷିତ ଅଛି । ୧୯୮୫ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା ।
{"id":44080,"sizeSlug":"large"}
ସେପଟେ ବିରୋଧୀ କହିଛନ୍ତି ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଦମ୍ ନାହିଁ । ଭଣ୍ଡାର ଖୋଲିଲେ କାଳେ ସବୁ ଗଡବଡ ଧରା ପଡିଯିବ ସେଥିପାଇଁ ଚତୁରତାର ସହ ଏଡାଇ ଯାଉଛନ୍ତି ମନ୍ତ୍ରୀ । ବିଧାନସଭାରେ ପୁଣି ଏ ପ୍ରସଙ୍ଗ ଉଠିବ ।