ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଭୟଙ୍କର ଆକ୍ରମଣ ଯୋଗୁ ସହରରେ ବ୍ୟାନ୍‌ ହେଲା ପିଟବୁଲ ରଟ୍‌ୱାଇଲର କୁକୁର

27/09/2022 at 7:12 PM

କାନପୁର: ମାଲିକମାନଙ୍କର କୁକୁର ପାଳିବା ସୌକ ଯୋଗୁ ସମସ୍ୟାରେ ପଡ଼ୁଛନ୍ତି ସାଧାରଣ ଲୋକେ। ପିଟ୍‌ବୁଲ୍‌ ଓ ରଟ୍‌ୱାଇଲର ପ୍ରଜାତିର କୁକୁର ଅଧିକ ଆକ୍ରମଣାତ୍ମକ ହୋଇଥିବାରୁ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି। ଏଥିପାଇଁ ସହରରେ ଏହି ଦୁଇ ପ୍ରଜାତିର କୁକୁରକୁ ବ୍ୟାନ୍ କଲା ପ୍ରଶାସନ। ଉତ୍ତର ପ୍ରଦେଶ କାନପୁର ସହରରେ ଏହି ଦୁଇ ପ୍ରଜାତି କୁକୁରକୁ ବ୍ୟାନ୍ କରାଯାଇଛି। କାନପୁର ଶରସାୟା ଘାଟରେ ଏକ ଗାଈକୁ ପିଟବୁଲ ପ୍ରଜାତିର କୁକୁର ଆକ୍ରମଣ କରିବାରୁ ଏହି ବ୍ୟାନ୍ ଲଗାଯାଇଛି।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କାନପୁର ମେୟର ପ୍ରମିଳା ପାଣ୍ଡେ। ସେ କହିଛନ୍ତି “ଲୋକମାନଙ୍କର ସୁରକ୍ଷା ଦୃଷ୍ଟିରୁ ପିଟବୁଲ ଓ ରଟୱାଇଲର ପ୍ରଜାତିର କୁକୁର ସହରରେ ବ୍ୟାନ କରାଯାଇଛି। ଶରସାୟା ଘାଟରେ ଏକ ଗାଈକୁ ପିଟବୁଲ ପ୍ରଜାତିର କୁକୁର ଆକ୍ରମଣ କରିବା ଓ ଆଗକୁ ଏଭଳି ଘଟଣା ବଢ଼ିବାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।” ଏଏନ୍‌ଆଇକୁ ସୂଚନା ଦେଇ ଏପରି କହିଛନ୍ତି ପ୍ରମିଳା

ଏହା ପୂର୍ବରୁ ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ସ୍ଥାନରେ ପିଟ୍‌ବୁଲ ପ୍ରଜାତିର କୁକୁର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି କୁକୁର ମଣିଷ ଉପରକୁ ଆକ୍ରମଣ କରି ମାରିବି ଦେଇଛି।

ସୂଚନା ଥାଉକି ଆମେରିକାରେ କୁକୁର ଆକ୍ରମଣ ନେଇ ହୋଇଥିବା ଏକ ସର୍ଭେରେ ଏହା ଜଣାପଡ଼ିଛି ଯେ ୨୦୧୯ରେ ଆମେରିକାରେ କୁକୁର କାମୁଡ଼ାରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୬୯ ପ୍ରତିଶତ ପିଟ୍‌ବୁଲ କାମୁଡ଼ାର ସମ୍ମୁଖୀନ ହୋଇଛନ୍ତି। ନିକଟରେ ଲକ୍ଷ୍ନୌରେ ଜଣେ ବୃଦ୍ଧା ମହିଳାଙ୍କ ମଧ୍ୟ ତାଙ୍କ ପାଳିଥିବା ପିଟ୍‌ବୁଲ କୁକୁର ଝୁଣି ଝୁଣି ମାରିଦେଇଥିଲା ଓ ମଣିଷ ମାଂଶ ବି ଖାଉଥିବା ପଡ଼ୋଶୀ କହିଥିଲେ। ସେହିପରି ଗାଜିଆବାଦରେ ମଧ୍ୟ ଜଣେ ୧୧ ବର୍ଷ ପିଲା ପିଟ୍‌ବୁଲ ଆକ୍ରମଣର ଶିକାର ହୋଇଥିଲା। ତାଙ୍କ ମୁହଁରେ ୧୫୦ରୁ ଅଧିକ ଷ୍ଟିଚ୍ ପଡ଼ିଥିଲା।

   Related Posts