ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବିଧବାଙ୍କୁ ସଧବା ଦର୍ଶାଇ ଭତ୍ତା କାଟିଲେ ଭିଏଲଡବ୍ଲ୍ୟୁ

25/05/2018 at 10:55 AM

ଆଦିବାସୀ ବିଧବାଙ୍କୁ ସଧବା ସଜେଇଲେ ଭିଏଲଡବ୍ଲୁ : ଭତ୍ତା ବନ୍ଦ ସହ ଅପମାନ ଜ୍ବଲାରେ ଘରୁ ବାହରୁ ନାହାନ୍ତି ବିଧବା, ଥାନାର ଦ୍ବାରସ୍ଥ…
କେନ୍ଦୁଝର ସଦରବ୍ଲକ ମହାଦେଇଯୋଡା ମୁଣ୍ଡା ସାହିର ଆଦିବାସୀ ମହିଳା ଦେବଜାନୀ ମୁଣ୍ଡା ୧୫ ବର୍ଷ ତଳୁ ବିବାହ କରିଥିବାବେଳେ ଗତ ୧୩ ବର୍ଷ ତଳେ ତାଙ୍କର ସ୍ବାମୀ ମୃତୁୟ ବରଣ କରିଥିଲେ । ଏହାପରେ ସେ ବିଧବା ଭତ୍ତା ପାଇ ଆସୁଥିଲେ । ବିଧବା ଭତ୍ତା ଏବଂ ବାର ଦୁଆରେ ମୁଲମଜୁରୀ କରି ନିଜର ୨ ଟି ଛୁଆଙ୍କ ଲାଳନପାଳନ କରୁଥତ୍ଲେ। କି’ୁ ହଠାତ ଗତ ୨ ମାସ ହେବ ତାଙ୍କର ବିଧବା ଭତ୍ତା ବନ୍ଦ କରିଦିଆଗଲା। ଏନେଇ ସେ ପଂଚାୟତ ଅଫିସକୁ ବୁଝିବାକୁ ଯାଇଥିବାବେଳେ ଭିଏଲଡବ୍ଲୁ ତମେ ଦ୍ବିତୀୟ ବିବାହ କରିଛ କହି ତାଙ୍କୁ ସର୍ବସମ୍ମୁଖରେ ଅପମାନିତ କରିଥିଲେ । ଏହି କାରଣରୁ ତାଙ୍କର ଭତ୍ତା ବନ୍ଦ କରାଯାଇଥିବା କହିଥିଲେ । ସର୍ବସମ୍ମୁଖରେ ଅପମାନ ପାଇ ମହିଳା ଜଣଙ୍କ ଏବେ ଘର ଭିତରୁ ବାହାରକୁ ବାହାରୁ ନାହାନ୍ତି । ଫଳରେ ଘର ଚଳିବା ପାଇଁ ଏବେ ନାବାଳକ ପୁଅ ପାଠ ପଢାରେ ତାଲା ପକାଇ ଦେଇ ମୁଲମଜୁରୀ ଲାଗି ଘର ଚଳାଉଛି । ଏନେଇ ସେ ନ୍ୟାୟ ଆଶାରେ ଥାନାର ଦ୍ବାରସ୍ଥ ହୋଇଥିବା କହିଛନ୍ତି ।
ଏନେଇ ଗଣମାଧ୍ୟକୁ ଖବର ଆସିବା ପରେ ନିଜକୁ ବଂଚାଇବାକୁ ଭିଏଲଡବ୍ଲୁ ଚେଷ୍ଠା ଆରମ୍ଭ କରିଦେଇଛନ୍ତି | ଗ୍ରାମ ଲୋକଙ୍କ କଥା ଶୁଣି ସେ ଦ୍ୱିତୀୟ ବିବାହ କରିଥିବା ଜାଣିଥିବା କହିଥିବାବେଳେ ଯଦି ସେ ଦିତୀୟ ବିବାହ କରନିଥିବେ ତବେ ତାଙ୍କୁ ପୁର୍ନବାର ଭତ୍ତା ଦିଆଯିବ ବୋଲି କହିଛନ୍ତି | ଅପରପକ୍ଷେ ସଦର ବିଡିଓ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave a Reply

   Related Posts